Odisha Link
Bridging the Missing Links in Odisha

ସଂସଦ ଭଳି ବିଧାନସଭା ସିଟ୍‌ରେ ଲାଗିବ କାଚ

ଭୁବନେଶ୍ବର: ସଂସଦର ମୌସୁମୀ ଅଧିବେଶନ ଢ଼ାଞ୍ଚାରେ ହେବ ବିଧାନସଭାର ମୌସୁମୀ ଅଧିବେଶନ। ବିଧାନସଭା ମୌସୁମୀ ଅଧିବେଶନ ସଂସଦ ଢ଼ାଞ୍ଚାର ହେବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ବାଚସ୍ପତି ସୂର୍ଯ୍ୟ ପାତ୍ର ସୂଚନା ଦେଇ କହିଛନ୍ତିଯେ, ସଂସଦରେ ଯେଭଳି ସାଂସଦଙ୍କ ସାମ୍ନାରେ କାଚ ଲାଗିଛି ଅନରୂପ ଭାବେ ବିଧାନସଭା ଅଧିବେଶନ ବେଳେ ମଧ୍ୟ ବିଧାୟକଙ୍କ ସାମ୍ନାରେ କାଚ ଲାଗିବ । ଦର୍ଶକଙ୍କ ଗ୍ୟାଲେରୀରେ ବିଧାୟକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ୧୪୫ଟି ଆସନ ପ୍ରସ୍ତୁତ କରାଯାଇଥିବାବେଳେ ବିଧାୟକମାନେ ୪ ଫୁଟ ଦୂରତା ବଜାୟ ରଖିବେ।

ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ। କିନ୍ତୁ ଶୂନ୍ୟକାଳ, ମୁଲତବୀ, ମୋସନ ଓ ଧ୍ୟାନ ଆକର୍ଷଣକାରୀ ନୋଟିସ ନେଇ ଆଲୋଚନା କରାଯିବ। ଯେଉଁ ବରିଷ୍ଠ ବିଧାୟକମାନେ ଆସିପାରିବେ ନାହିଁ ସେମାନେ ଆଗୁଆ ସୂଚନା ଦେବେ। ଏଥସହ ନିଜ ଘର, ନିଜ ମୁଖ୍ୟାଳୟ ଓ ଓକାକରେ ଭିସିରେ ମଧ୍ୟ ବିଧାୟକମାନେ ବସିପାରିବେ। ବିଧାନସଭାକୁ ଗଣମାଧ୍ୟମକୁ ଅନୁମତି ପ୍ରଦାନ କରାଯିବ। ତେବେ ସବୁ ଗଣମାଧ୍ୟମର ଗୋଟିଏ ଟିମକୁ ଏଥିପାଇଁ ଅନୁମତି ମିଳିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି।

 

Comments are closed.