Odisha Link
Bridging the Missing Links in Odisha

ହୋମ୍ ଆଇସୋଲେସନରେ ଭୁବନେଶ୍ୱରର ୭୫% କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ମହାମରୀ ହୁ ହୁ ହୋଇ ବଢି ଚାଲିଛି। କୋଭିଡକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତାଜା ଅପଡେଟ ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ସେ କହିଛନ୍ତି ଯେ, ଭୁବନେଶ୍ୱରରେ ୭୫% ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଅଛନ୍ତି। ୬୮ଟି ଟିମ୍ ହୋମ ଆଇସୋଲେସନର ମନିଟରିଂ କରୁଛନ୍ତି। ଭାଇରସ ସଂକ୍ରମଣ ସ୍ଥିତି ଭୁବନେଶ୍ୱରରେ ନିୟନ୍ତ୍ରଣାଧୀନ ଅଛି। ବିଏମସିର ଫ୍ରଣ୍ଟଲାଇନ କର୍ମଚାରୀଙ୍କ ନିୟମିତ ସ୍ୱାସ୍ଥ୍ୟପରୀକ୍ଷା କରାଯାଉଛି। ରାଜଧାନୀରେ ଆଉ ଏକ ନୂଆ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ନୂଆ କୋଭିଡ ହସ୍ପିଟାଲରେ ୪୦ଟି ଆଇସିୟୁ ରହିଛି।

ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ରେକର୍ଡ ସଂଖ୍ୟକ ୩୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୦ ଜଣ ରହିଥିବା ବେଳେ ୨୫୬ ସ୍ଥାନୀୟ ସଂକ୍ରମିତ। ଏଥିସହ ୩୯୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୦୨୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୬୧୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୬୫୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସେହିପରି ୮୦ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.