Odisha Link
Bridging the Missing Links in Odisha

ଏନସିବି ରେ ହାଜର ହେଲେ ଦୀପିକା

ମୁମ୍ବାଇ : ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ଏନସିବି ବର୍ତ୍ତମାନ ବଲିଉଡ ଡ୍ରଗ୍ ଗୋଷ୍ଠୀର ତନାଘନା ଆରମ୍ଭ କରିସାରିଲାଣି। ଖାଲି ସେତିକି ନୁହେଁ, ବଲିଉଡର ଡ୍ରଗ୍ସ ଟ୍ରୁପର ପ୍ରକୃତ ମାଷ୍ଟରମାଇଣ୍ଡ କିଏ, ଏହାର ଉତ୍ତର ଖୋଜିବା ପାଇଁ ଏନସିବି ଏହାର ଅନୁସନ୍ଧାନ କରୁଛି।

ବଲିଉଡ ଇଣ୍ଡଷ୍ଟ୍ରି ଏବଂ ଡ୍ରଗ୍ସର ସମ୍ପୃକ୍ତ ଥିବା ନେଇ ଏନସିବି ଅନୁସନ୍ଧାନ ବର୍ତ୍ତମାନ ଇଣ୍ଡଷ୍ଟ୍ରିର ଶୀର୍ଷ ଅଭିନେତ୍ରୀମାନଙ୍କ ନିକଟରେ ପହଞ୍ଚିଛି। ଏହି ମାମଲାରେ ଏନସିବି ଦୀପିକା ପାଦୁକୋନ, ସାରା ଅଲି ଖାନ ଏବଂ ଶ୍ରଦ୍ଧା କପୁରଙ୍କୁ ଡକାଇ ଆଜି ପଚରାଉଚରା କରିବ। ତେବେ ଆଜି ସକାଳେ ଦୀପିକା ଏନସିବି ରେ ହାଜର ହୋଇଛନ୍ତି । ପାଦୁକୋନଙ୍କୁ ୫ରୁ ୬ ଦିଗକୁ ନେଇ ପଚରା ଉଚରା କରିପାରେ ପାରେ ଏନସିବି । ଡ୍ରଗ୍ସ ମାମଲାକୁ ଗୁରୁତ ଦେଇଛି ଏନସିବି ।

ଆଜି ସକାଳ ୧୦.୩୦ ରେ ଅଭିନେତ୍ରୀ ସାରା ଅଲି ଖାନ ଓ ଶ୍ରଦ୍ଧା କପୁର ଏନସିବି କାର୍ଯ୍ୟାଳୟରେ ପହଞ୍ଚିବେ। ଡ୍ରଗ୍ସ ସଂଯୋଗ ସମ୍ପର୍କରେ ଉଭୟ ଅଭିନେତ୍ରୀଙ୍କୁ ପଚରାଯିବ।

ଶୁକ୍ରବାର ଦିନ ଦୀପିକାଙ୍କ ମ୍ୟାନେଜର କରିସ୍ମାଙ୍କୁ ଏନସିବି ପଚରାଉଚରା କରିଥିଲା। ଆଜି ତାଙ୍କୁ ପୁଣି ପଚରାଉଚରା କରାଯିବ। ଏନସିବି ଦୀପିକା ପାଦୁକୋନଙ୍କୁ ମୁହାଁମୁହିଁ ପଚରାଉଚରା କରିପାରେ।

Comments are closed.