Odisha Link
Bridging the Missing Links in Odisha

ନଡ୍ଡାଙ୍କୁ ଧନ୍ୟବାଦ୍ ଜଣାଇଲେ ରାଜ୍ୟ ସଭାପତି ସମୀର

ଭୁବନେଶ୍ୱର : ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଅନୁମୋଦକ୍ରମେ ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା ହୋଇଛି । ନୂତନ ପଦାଧିକାରୀ ତାଲିକା ଅନୁଯାୟୀ ରାଷ୍ଟ୍ରୀୟ ଉପସଭାପତି ଭାବେ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀତ ସଂପାଦକ ଭାବେ ସାଂସଦ ଇଂ.ବିଶେଷ୍ୱର ଟୁଡୁ, ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଡ.ସମ୍ବିତ ପାତ୍ର ଏବଂ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।

ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ତାଲିକାରେ ୪ ଜଣ ଓଡିଆଙ୍କୁ ସ୍ଥାନ ମିଳିଥିବାରୁ ରାଜ୍ୟ ସଭାପତି ସମୀର ମହାନ୍ତି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଭାରତୀୟ ଜନତା ପାର୍ଟୀ ଓଡିଶାକୁ ସର୍ବଦା ଗୁରୁତ୍ୱ ପ୍ରଦାନ କରି ଆସୁଛି ଏବଂ ଏହା ଜ୍ୱଳନ୍ତ ଉଦାହରଣ ବୋଲି ମହାନ୍ତି କହିଛନ୍ତି ।

ରାଜ୍ୟ ସଭାପତି ମହାନ୍ତି ଓଡିଶାର ୪ ଜଣ ନବନିଯୁକ୍ତ ପଦାଧିକାରୀଙ୍କ ସମେତ ସମସ୍ତ ନୂତନ ରାଷ୍ଟ୍ରୀୟ ପଦାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.