Odisha Link
Bridging the Missing Links in Odisha

ଜଙ୍ଗଲରୁ ଯୁବକଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର

ସୁବର୍ଣ୍ଣପୁର: ବିନିକା ଥାନା ସିଂଘିଯୁବା ସଂରକ୍ଷିତ ଜଙ୍ଗଲରୁ ଜଣେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ଖବର ପାଇ ବିନିକା ଥାନା ଏସ୍ଆଇ ସୂର୍ଯ୍ୟକାନ୍ତ ସେଠୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ। ମୃତ ବ୍ୟକ୍ତି ଜଣକ ବିନିକା ଥାନା ସରଗୁନା ଗ୍ରାମ ମଙ୍ଗୁଲୁ ଭୁଏ। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ପ୍ରକାଶ ଯେ, ପରିବାର ଲୋକଙ୍କ କହିବା ଅନୁସାରେ ମଙ୍ଗୁଲୁ ଦୀର୍ଘଦିନ ହେବ ନିରୁଦ୍ଦିଷ୍ଟ ଥିଲେ। କିଛି ଲୋକ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲା ସମୟରେ ଏକ ମୃତ ଦେହ ଝୁଲୁଥିବାର ଦେଖି ପରିବାରକୁ ଖବର ଦେଇଥିଲେ। ଏନେଇ ବିନିକା ଥାନାରେ ୧୯/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ମୃତ୍ୟୁର କାରଣ ଖୋଜୁଛି ବିନିକା ପୁଲିସ।

Comments are closed.