Odisha Link
Bridging the Missing Links in Odisha

ବଳି ପାଇଁ ନାବାଳିକାଙ୍କୁ ଅପହରଣ ଉଦ୍ୟମ ଘଟଣା; ଗୁଣିଆ ଗିରଫ

ଭୁବନେଶ୍ବର: ନାବାଳିକାକୁ ବଳିଦେବା ଏବଂ ଅପହରଣ ଘଟଣା ରେ ଗୁଣିଆକୁ ଗିରଫ କରିଛି ପୋଲିସ। ଗୁଣିଆ ରତ୍ନାକର ସେଠିକୁ ଗିରଫ କରାଯାଇଛି। ଗୁଣିଆ ଫେରାର ହୋଇଯାଇଥିବା ବେଳେ ପଶ୍ଚିମବଙ୍ଗ ନିକଟରୁ ପୋଲିସ ତାକୁ କାବୁ କରିଥିଲା। ଅଭିଯୁକ୍ତ ଗୁଣିଆ ଜଣକ ସେରଗଡ଼ ଅଞ୍ଚଳର ବରମୁଣ୍ଡଳୀ ଗାଁର ବୋଲି ଜଣାପଡ଼ିଛି। ତାଙ୍କ ଠାରୁ ଗୁଣି ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ।

ଗତ ସେପ୍ଟେମ୍ବର ୬ ତାରିଖରେ ବଳି ଦେବା ଏବଂ ଅପହରଣ ଘଟଣା ଘଟିଥିଲା। ତେବେ ପୂର୍ବରୁ ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେତେବେଳେ ଏମାନଙ୍କଠାରୁ ଗୋଟିଏ ବାଇକ ଓ ଦୁଇଟି ଖଣ୍ଡା ଜବତ କରିଥିଲା।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ମାନେ ସଂପୃକ୍ତ ନାବାଳିକା ଭାଇକୁ ୩୦ହଜାର ଟଙ୍କାରେ ନାବାଳିକାଙ୍କୁ କିଣି ନେବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ବିଫଳ ହେବା ପରେ ଧମକ ଚମକ ଦେଉଥିଲେ ଅଭିଯୁକ୍ତ ମାନେ। ଏନେଇ ପୋଲିସି ରେ ନାବାଳିକା ର ଭାଇ ସ୍ଵରାଜ୍ୟ ଗୌଡ଼ ଏକ ଅଭିଯୋଗ ରୁଜୁ କରିଥିଲେ। ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ ୪ ଗିରଫ ହେଲେ ଅନ୍ୟ ୫ ଫେରାର ହୋଇଯାଇଥିଲେ।

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବୟାନ ନାବାଳିକାକୁ ଅପହରଣ ପରେ ହିଂଜିଳି ନିକଟରେ କେଉଁ ମନ୍ଦିରରେ ବଳି ଦେଇଥାନ୍ତେ। ବଳି ଦେଇଥିଲେ କୁଆଡେ ଟଙ୍କାର ବର୍ଷା ହୋଇଥାନ୍ତା ବୋଲି ଗିରଫଙ୍କ ବୟାନ କୁ ଆଧାର କରି ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି ।ରଣ କରି ହିଞ୍ଜିଳି ନିକଟରେ ଥିବା ଏକ କେଉଁ ମନ୍ଦିରରେ ବଳି ଦେଇଥାନ୍ତେ। ବଳି ଦେଇଥିଲେ କୁଆଡେ ଟଙ୍କାର ବର୍ଷା ହୋଇଥାନ୍ତା ବୋଲି ଗିରଫଙ୍କ ବୟାନକୁ ଆଧାର କରି ଥାନା ଅଧିକାରୀ ପ୍ରଶାନ୍ତ ସାହୁ ପ୍ରକାଶ କରିଛନ୍ତି।

Comments are closed.