Odisha Link
Bridging the Missing Links in Odisha

ଆକାଶଛୁଆଁ ପନିପରିବା ଦର, ଗ୍ରାହକ ହନ୍ତସନ୍ତ

ଭୁବନେଶ୍ବର : ରାଜଧାନୀରେ ଆକାଶ ଛୁଆଁ ପନିପରିବା ଦର । ବଜାରରେ କୌଣସି ପରିବାର ଦର ୫୦ଟଙ୍କା ତଳକୁ ନାହିଁ।ଜଣେ ଗ୍ରାହକ ୫୦୦ ଟଙ୍କାର ପନିପରିବା କିଣିଲେ ମଧ୍ୟ ବ୍ୟାଗ୍ ଭର୍ତ୍ତି ହେଉନାହିଁ ।

ବାଇଗଣ ସର୍ବନିମ୍ନ ୫୦-୬୦ ଟଙ୍କାରୁ ଆରମ୍ଭ କରି କେତେକ ସ୍ଥାନରେ ୧୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ସେହିପରି ଟମାଟୋ, ଭଣ୍ଡା, ବିନ୍ସ, ତଥା ଅନ୍ୟାନ୍ୟ ପରିବା ମଧ୍ୟ ଆକାଶ ଛୁଆଁ ଦର ହୋଇଛି ।

ଆଳୁ କିଲୋ ପ୍ରତି ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ୫୦ଟଙ୍କାରେ ମିଳୁଛି ୧ କେଜି ପିଆଜ। ପୂର୍ବରୁ ହରଡ଼ ଡାଲି ର ଦର ୯୫ ପୂର୍ବରି ହରଡ଼ ଡ଼ାଲିର ଦର ୯୫ ଥିବା ସମୟରେ ବର୍ତ୍ତମାନ କିଲୋ ପ୍ରତି ୧୨୦ରୁ ୧୩୦ଟଙ୍କା ରହିଛି।ରିଫାଇନ୍‌ ଲିଟର ଥିଲା ୧୧୦ଟଙ୍କା। ଏବେ ୧୨୫ରୁ ୧୩୦ଟଙ୍କା। ସୋରିଷ ତେଲ ଥିଲା ୧୧୫ରୁ ୧୨୫ଟଙ୍କା। ଏବେ ୧୪୦ରୁ ୧୫୫ଟଙ୍କା।

ଟଡାଉନ୍, ଲକଡାଉନ ଭିତରେ ଆର୍ଥିକ ମନ୍ଦାବସ୍ଥା ଦେଖାଦେଇଥିବା ବେଳେ ଲୋକଙ୍କ ଆମଦାନୀ କମିଛି। ହି ସମୟରେ ମହଙ୍ଗାମାଡ଼ ଲୋକଙ୍କୁ ତଳିତଳାନ୍ତ କରିଦେଲାଣି।

Comments are closed.