ପୂଜା ସିଜିନରେ ଦମଦାର ଅଫର, ମାତ୍ର ୭୯୯ ଟଙ୍କାର କିସ୍ତିରେ ଘରକୁ ନିଅନ୍ତୁ କାର

ନୂଆଦିଲ୍ଲୀ: ଆରମ୍ଭ ହୋଇ ଯାଇଛି ପାର୍ବଣ ଋତୁ। ଏହି ପାର୍ବଣ ଋତୁରେ ଘରକୁ କିଛି ନା କିଛି ନୂଆ ଜିନିଷ ଆଣିବା ପାଇଁ କିଛି ଲୋକ ସର୍ବଦା ପ୍ଲାନ୍ କରିଥାନ୍ତି। ବିଶେଷ କରି ଦଶହରା ସମୟରେ ନୂଆ ଗାଡ଼ି ଆଣିବାକୁ ବହୁତ ଲୋକ ପସନ୍ଦ କରିଥାନ୍ତି। ଏଥର ପାର୍ବଣ ଋତୁରେ କାର ନେବାକୁ ଆଶା ରଖିଥିବା ଲୋକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ପୂଜା ସିଜିନ୍ରେ ଟାଟା ମୋଟର୍ସ ଦେଉଛି ଦମଦାର ଅଫର। ପୂଜା ସମୟରେ ଅଟୋ କମ୍ପାନୀମାନେ ଏବେ ଅଲଗା ଅଲଗା ପ୍ରକାରର ଅନେକ ଅଫର ଦେବାକୁ ଘୋଷଣା କରିଛନ୍ତି। ଏହି ଦୌଡ଼ରେ ଟାଟା ମୋଟର୍ସ ଓ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମଧ୍ୟ ସାମିଲ ହୋଇଛନ୍ତି।
ପୂଜା ସିଜିନକୁ ଆଖିରେ ରଖି ଟାଟା ମୋଟର୍ସ ୭୯୯ଟଙ୍କାର ସର୍ବନିମ୍ନ କିସ୍ତିରେ କାର କିଣିବାକୁ ଅଫର ଦେଇଛି। ଏଥିପାଇଁ ଟାଟାମୋଟର୍ସ ଏଟ୍ଡିଏଫ୍ସି ବ୍ୟାଙ୍କ ସହ ହାତ ମିଳାଇଛି। ଏହି ଅଫର ଅନୁସାରେ କମ୍ପାନୀ ୨ଟି ଯୋଜନା ଦେଇଛି। ଟାଟା ମୋଟର୍ସ ଏକ ବୟାନରେ କହିଛି , ୨ଟି ନୂଆ ଯୋଜନା ‘ଗ୍ରାଜୁଏଲ ଷ୍ଟେପ୍ ଅପ୍ସ୍କିମ୍’ ଓ ଟିଏମ୍ଏଲ୍ ଫ୍ଲେକ୍ସି ଡ୍ରାଇଭ୍ ସ୍କିମ୍’ ପ୍ରଦାନ କରାଯାଇଛି। କମ୍ପାନୀ କହିଛି କି ଏହି ୨ଟି ଯୋଜନା ନଭେମ୍ୱର ୨୦୨୦ର ଶେଷ ପର୍ଯ୍ୟନ୍ତ ଉପଲବ୍ଧ ହେବ।
‘ଗ୍ରାଜୁଏଲ ଷ୍ଟେପ୍ ଅପ୍ସ୍କିମ୍’ ଅନୁସାରେ ଉପଭୋକ୍ତା ପ୍ରତି ଲକ୍ଷ ଟଙ୍କାରେ ମାସିକ ୭୯୯ ଟଙ୍କାର ନ୍ୟୁନତମ କିସ୍ତିର ଲାଭ ନେଇପାରିବେ। ମାସିକ କିସ୍ତି ଗାଡ଼ିର ମଡେଲ ଓ ଏଡିସନ ଉପରେ ନିର୍ଭର କରିବ। କାର ଉପଭୋକ୍ତାଙ୍କର ସୁବିଧା ହିସାବରେ ମାସିକ କିସ୍ତି ୨ ବର୍ଷ ଯାଏ ଧିରେ ଧିରେ ବଢ଼ି ଚାଲିବ। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ଯୋଜନା ସବୁ ଉପଭୋକ୍ତାଙ୍କୁ ଗାଡ଼ିର କିସ୍ତି ଭରିବାରେ ସହଜ ହେବା ନେଇ ଦିଆଯାଇଛି।
ଅପରପକ୍ଷେ ବ୍ୟାଙ୍କ ଅଫ୍ ବରୋଦା (ବିଓବି) ପକ୍ଷରୁ କୁହାଯାଇଛି କି ଯେ, ଟ୍ରାକ୍ଟର ଲୋନ୍ ଦେବା ପାଇଁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ସହ ଚୁକ୍ତି କରାଯାଇଛି। ବିଓବି ନିଜର ୫୦୦୦ରୁ ଅଧିକ ଗ୍ରାମୀଣ ଓ ଅର୍ଦ୍ଧ-ସହରୀ ଶାଖା ନେଟୱର୍କ ମାଧ୍ୟମରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଗ୍ରାହକଙ୍କୁ ଟ୍ରାକ୍ଟର ଲୋନ୍ ଦେବାର ସୁବିଧା ପ୍ରଦାନ କରିବ।