Odisha Link
Bridging the Missing Links in Odisha

ଛତର ଯାତ୍ରାରେ ଲାଗୁ ହେବ ୧୪୪ ଧାରା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ତାରିଖରେ ଅନୁଷ୍ଠିତ ହେବ। ଛତର ଯାତ୍ରାରେ ଲାଗୁ ହେବ ୧୪୪ ଧାରା। ଛତର ଯାତ୍ରାରେ ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କରୋନା ପାଇଁ ଏହି ଯାତ୍ରା ଉପରେ ୧୪୪ ଧାରା ଲାଗୁ କରାଯାଇଛି। ଛତର ଯିବାକୁ ଥିବା ଜେନାଖାଇରୁ ମାଣିକେଶ୍ୱରୀ ପୀଠ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯିବ। ଏନେଇ କଳାହାଣ୍ଡି ଜିଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଛତର ଯାତ୍ରା ପାଇଁ ୨୩ରୁ ୨୫ ତାରିଖ ଭିତରେ ଭବାନୀପାଟଣା ପୌରାଞ୍ଚଳକୁ ଆସିବା ଉପରେ ରୋକ ଲଗାଯାଇଛି। ଜରୁରୀ ସେବାକୁ ବାଦ୍‌ ଦେଇ ବାହାର ଲୋକଙ୍କ ପାଇଁ ପୌରାଞ୍ଚଳକୁ ପ୍ରବେଶ ବାରଣ କରାଯାଇଛି। ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକ ଏକାଠି ନହେବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୨ ତାରିଖ ରାତି ୧୨ଟାରୁ ୨୫ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି।

Comments are closed.