Odisha Link
Bridging the Missing Links in Odisha

ହସ୍ପିଟାଲରେ ଭର୍ତ୍ତି ହେଲେ କପିଳ ଦେବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କିମ୍ବଦନ୍ତୀ ଖେଳାଳି କପିଳ ଦେବ ହସ୍ପିଟାଲରେ ଭର୍ତ୍ତି। ଆଜି ସକାଳେ ହୃଦଘାତ ହେବାରୁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଅସ୍ତ୍ରୋପଚାର ଚାଲିଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

ସୂଚନା ମୁତାବକ, ଆଜି ସକାଳେ କପିଳ ଦେବ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ହୃଦଘାତ ଜଣାପଡ଼ିବା ପରେ ତାଙ୍କୁ ତୁରନ୍ତ ଦିଲ୍ଲୀର ଫୋର୍ଟିସ ଏସକର୍ଟ ହାର୍ଟ ଇନଷ୍ଟିଚ୍ୟୁଟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ଚାଲିଛି। ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

Comments are closed.