Odisha Link
Bridging the Missing Links in Odisha

 ଓଡ଼ିଶାରେ ପ୍ରସ୍ତୁତ ହେବ କରୋନା ଭ୍ୟାକ୍ସିନ୍

ଭୁବନେଶ୍ୱର: ଓଡ଼ିଶାରେ ପ୍ରସ୍ତୁତ ହେବ କରୋନା ଭ୍ୟାକ୍ସିନ୍। ଏ ନେଇ ଆଜି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ବସି ଏ ସମ୍ପର୍କରେ ଆଲୋଚନା କରାଯାଇଛି।

ରାଜଧାନୀ ଉପକଣ୍ଠ ଅନ୍ଧାରୁଅରେ ଏହି ଅତ୍ୟାଧୁନିକ ଉତ୍ପାଦନକେନ୍ଦ୍ର ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଟୀକା ଉତ୍ପାଦନ ଲାଗି ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ଅନ୍ଧାରୁଆରେ ଏକ ସମ୍ପୂର୍ଣ୍ଣ ଉନ୍ନତ ଜ୍ଞାନ କୌଶଳପୂର୍ଣ୍ଣ ବାୟୋଟେକ୍ ଇନକୁବେଟର ସେଟଅପ୍ ପ୍ରତିଷ୍ଠା କରିବ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ କମ୍ପାନୀକୁ ଇନକୁବେଟର ପ୍ରତିଷ୍ଠା ଓ ଷ୍ଟାର୍ଟଅପ୍ ବିକାଶ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ବିଜ୍ଞାନ ଓ ବୈଷୟିକ ପ୍ରମୁଖ ସଚିବ ସନ୍ତୋଷ ଷଡ଼ଙ୍ଗୀ ଯୋଗ ଦେଇଥିଲେ।

ଏହି ପ୍ରକଳ୍ପର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆସନ୍ତା ୧୫ ଦିନ ଭିତରେ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ପାଦନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

Comments are closed.