Odisha Link
Bridging the Missing Links in Odisha

ବାଲେଶ୍ବରରୁ କୋଟିଏ ଟଙ୍କାର ଧଳା ଜହର ଜବତ

ବାଲେଶ୍ବର: ବାଲେଶ୍ବରରୁ ଜବତ ହେଲା କୋଟିଏ ଟଙ୍କାରୁ ଉର୍ଦ୍ଧ ଧଳା ଜହର।  କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ବାଲେଶ୍ବରର ମିଳିତ ପୁଲିସଚଢାଉ ବେଳେ ଏହି ବ୍ରାଉନସୁଗାର ଜବତ ହୋଇଛି।

ଆଜି ବାଲେଶ୍ୱର ସହଦେବ ଖୁଣ୍ଟାରୁ ପ୍ରାୟ ୧ କେଜି ୧୦୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡ଼ିଛି। ୩ ଜଣଙ୍କୁ ଗିରଫ କରିଛି ପୁଲିସ।

ଏସଟିଏଫ ଟିମ ବର୍ତ୍ତମାନ ସୁଦ୍ଧା ମୋଟ ୨୩ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରିସାରିଛି। ସେହିପରି ୨୫ଟି ମାମଲାରେ ୪୭ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ବୋଲି ସୂଚନା ମିଳିଛି।

Comments are closed.