Odisha Link
Bridging the Missing Links in Odisha

ନମିତା ଟୋପ୍ପୋଙ୍କୁ ମିଳିବ ଏକଲବ୍ୟ ପୁରସ୍କାର

ଭୁବନେଶ୍ବର: ଆନ୍ତର୍ଜାତୀୟ ହକି ଖେଳାଳୀ ନମିତା ଟୋପ୍ପୋଙ୍କୁ ମିଳିବ ଏକଲବ୍ୟ ପୁରସ୍କାର। ୨୦୨୦ ବର୍ଷ ପାଇଁ ୨୮ ତମ ଏକଲବ୍ୟ ପୁରସ୍କାର ପାଇଁ ନମିତା ଟୋପ୍ପୋଙ୍କୁ ମନୋନିତ କରାଯାଇଛି। ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ଏହି ମନୋନୟନ କରାଯାଇଛି। ପୁରସ୍କାର ବାବଦରେ ନମିତାଙ୍କ ୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ।

ଏଥିସହ ଭାରୋତ୍ତଳନକାରୀ ସ୍ନେହା ସୋରେନ, ବ୍ୟାଡ୍‌ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ମଧ୍ୟ ଉପବିଜେତା ହୋଇଛନ୍ତି। ସ୍ନେହା ସୋରେନ ଓ ଋତୁପର୍ଣ୍ଣା ପଣ୍ଡାଙ୍କୁ ପୁରସ୍କାର ବାବଦରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। ‘ଇମ୍ପାକ୍ଟ’ ପକ୍ଷରୁ ୧୯୯୩ ମସିହାରୁ ଏହି ଏକଲବ୍ୟ ପୁରସ୍କାର ଖେଳାଳୀଙ୍କ ସମ୍ନାନାର୍ଥେ ପ୍ରଦାନ କରାଯାଉଛି।

Comments are closed.