Odisha Link
Bridging the Missing Links in Odisha

ଭୁବନେଶ୍ବରରେ ବନ୍ଦ ହେଲା ବାଲିଯାତ୍ରା

ଭୁବନେଶ୍ବର: କଟକ ପରେ ଭୁବନେଶ୍ବରରେ ବାଲିଯାତ୍ରା ବି ହେବ ବୋଲି ଘୋଷଣା ହୋଇଛି। ଏହା କମିସନରେଟ ପୁଲିସ୍‌ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

ଟ୍ବିଟ୍ ରେ ଲେଖାଯାଇଛି, ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟିର ସଦସ୍ୟମାନଙ୍କ ସଙ୍ଗେ ଆଲୋଚନା ପରେ କୋଭିଡ ମହାମାରୀ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଏବର୍ଷ ବାଲିଯାତ୍ରା ବାତିଲ ରଖିବାକୁ ନିଷ୍ପତ୍ତି କରାଯାଇଛି। ସ୍ଥିତିରେ ଉନ୍ନତି ଆସିଲେ ଆସନ୍ତାବର୍ଷ ଏହି ଉତ୍ସବକୁ ପୂର୍ବ ପରି ପାଳନ କରାଯିବ ବୋଲି ସେ ସୂଚନା ଦେଇ କହିଛନ୍ତି।

 ଗତ ୩ ବର୍ଷ ହେଲା ଜରିପାଟଣାସ୍ଥିତ ପଟିଆବନ୍ଧ କଡ଼ କୁଆଖାଇ ନଦୀପଠାରେ ଭୁବନେଶ୍ବର ବାଲିଯାତ୍ରା ହୋଇ ଆସୁଥିଲା। କିନ୍ତୁ ଏ ବର୍ଷ ବାଲିଯାତ୍ରାର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହୋଇଥାନ୍ତା।

Comments are closed.