Odisha Link
Bridging the Missing Links in Odisha

ସୁପରଷ୍ଟାର ଚିରଞ୍ଜୀବୀଙ୍କୁ କରୋନା

ନୂଆଦିଲ୍ଲୀ : ତେଲଗୁ ସୁପରଷ୍ଟାର ଚିରଞ୍ଜୀବୀ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ଏହା ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଚିରଞ୍ଜୀବୀଙ୍କ ଏହି ପୋଷ୍ଟ ପରେ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପାଇଁ ପ୍ରାର୍ଥନା କରୁଛନ୍ତି ।

ସେ ଟ୍ୱିଟ କରି ଲେଖିଛନ୍ତି , ମୋର ଆଗାମୀ ଚଳଚ୍ଚିତ୍ର ‘ଆଚାର୍ଯ୍ୟ’ର ସୁଟିଂ ପୂର୍ବରୁ ପ୍ରୋଟୋକଲ୍ ଅନୁସାରେ ମୁଁ କରୋନା ଟେଷ୍ଟ୍ କରାଇଥିଲେ। ଟେଷ୍ଟ୍ ପରେ ମୋ ରିପୋର୍ଟ ପଜିଟିଭ ଆସିଥିଲା।

ମୋଠାରେ କୌଣସି ପ୍ରକାରର ଲକ୍ଷଣ ନଥିଲା କିନ୍ତୁ ରିପୋର୍ଟ ପଜିଟିଭ ଆସିଥିଲା। ବର୍ତ୍ତମାନ ସେ ନିଜକୁ ହୋମ୍ କ୍ବାରେଣ୍ଟାଇନ୍ ରଖିଥିବା ସୂଚନା ଦେଇଛନ୍ତି ।

Comments are closed.