Odisha Link
Bridging the Missing Links in Odisha

ନୂଆ କରୋନା ସଂକ୍ରମଣରେ ମହାରାଷ୍ଟ୍ରକୁ ଟପିଲା ଦିଲ୍ଲୀ

ନୂଆଦିଲ୍ଲୀ:କରୋନା ସଂକ୍ରମଣରେ ଦିଲ୍ଲୀ ମହାରାଷ୍ଟ୍ରକୁ ଟପିଯାଇଛି। ନୂଆ କରୋନା ସଂକ୍ରମଣ ମାମଲାରେ ଏହା ପ୍ରଥମ ଥର ପାଇଁ ନୁହେଁ ବରଂ ଦ୍ବିତୀୟ ଥର ପାଇଁ ମହାରାଷ୍ଟ୍ରକୁ ଟପିଛି ଦିଲ୍ଲୀ।

୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୭,୭୪୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ୫,୫୮୫ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଦିଲ୍ଲୀରେ ସଂକ୍ରମଣର ତୃତୀୟ ଲହରୀ ଆରମ୍ଭ ହୋଇଛି। ତୃତୀୟ ଲହରୀ ସଂକ୍ରମଣ ଶୀର୍ଷରେ ପହଞ୍ଚିଛି ଏବଂ ଏହା ଅତି ଜଟିଳ ସ୍ଥିତି। କିନ୍ତୁ ଖୁବ୍‌ ଶୀଘ୍ର ସ୍ଥିତିରେ ସୁଦ୍ଧାର ଆସିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୮୫ ଲକ୍ଷ ୫୩ ହଜାର ୬୫୭ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୪୯୦ ମୃତ୍ୟୁସହ ମୋଟ୍‌ ମୃତ୍ୟୁସଂଖ୍ୟା ମଧ୍ୟ ୧ ଲକ୍ଷ ୨୬ ହଜାର ୬୧୧ରେ ପହଞ୍ଚିଛି। ଦେଶରେ ୭୯ ଲକ୍ଷ ୧୭ ହଜାର ୩୭୩ ଜଣ କରୋନାରୁ ସୁସ୍ଥ ହେଲେଣି। ଆରୋଗ୍ୟ ହାର ୯୨.୫୬%କୁ ବୃଦ୍ଧି ପାଇଛି।

Comments are closed.