Odisha Link
Bridging the Missing Links in Odisha

ସ୍ପେସ୍‌ ଏକ୍ସ ରଚିଲା ଇତିହାସ

ୱାଶିଂଟନ: ଇତିହାସ ରଚିଲା ଆମେରିକାର ସ୍ପେସ୍‌ ଏକ୍ସ। ଆଜି ୪ ଜଣ ମହାକାଶଚାରୀଙ୍କୁ ନେଇ ଫ୍ଲୋରିଡା ସ୍ଥିତ ସ୍ପେସ୍‌ ସେଣ୍ଟରରୁ ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ର ଅଭିମୁଖେ ବାହାରିଛି ଫାଲକନ୍‌ ରକେଟ୍। ଏହି ମହାକାଶ ଯାତ୍ରାରେ ପ୍ରଥମ ଥର ପାଇଁ ଆମେରିକାର କୌଣସି ବେସରକାରୀ ସଂସ୍ଥା ମହାକାଶ ଯାତ୍ରାରେ ସାମିଲ ହୋଇଛି। ମହାକାଶ ଯାତ୍ରା ପାଇଁ ପୂର୍ବରୁ ନାସା ଋଷର ସୋୟୁଜ ରକେଟ ଉପରେ ନିର୍ଭର କରୁଥିଲା

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିବାକୁ ୨୭ ଘଣ୍ଟା ଲାଗିବ। ମହାକାଶ ଯାତ୍ରାରେ ବାହାରିଥିବା ୪ ଜଣ ମହାକାଶଚାରୀଙ୍କ ମଧ୍ୟରୁ ୩ ଜଣ ଆମେରିକୀୟ ଏବଂ ଜଣେ ଜାପାନର। ଏହା ପୂର୍ବରୁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଓ ଘରୋଇ ସ୍ପେସ୍‌ ଏଜେନ୍ସି ସ୍ପେସ୍‌ ଏକ୍ସ ‌ପକ୍ଷରୁ ହୋଇଥିବା ମିଳିତ ମହାକାଶ ମିଶନ ସଫଳ ହୋଇଥିଲା।

Comments are closed.