Odisha Link
Bridging the Missing Links in Odisha

ପେଟ୍ରୋଲିୟମ ପ୍ରକଳ୍ପର ଅଗ୍ରଗତି ନେଇ ନୂଆଦିଲ୍ଲୀ ସ୍ଥିତ ଶାସ୍ତ୍ରୀ ଭବନରେ ଆଲୋଚନା

ନୂଆଦିଲ୍ଲୀ: ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ଶାସ୍ତ୍ରୀଭବନ ଠାରେ କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କରିଛନ୍ତି । ଏହି ଅବସରରେ ଉଭୟ ନେତା ଛତିଶଗଡ଼ରେ ପେଟ୍ରୋଲିୟମ ମନ୍ତ୍ରାଳୟ ଅଧୀନରେ କ୍ରିୟାନ୍ୱିତ ହେଉଥିବା ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ଉପରେ ଆଲୋଚନା କରିଥିବା ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

ଏହି ଆଲୋଚନା କାଳରେ ଛତିଶଗଡ଼ର ଅଭିବୃଦ୍ଧି ଏବଂ ଲୋକଙ୍କ ବିକାଶ ନେଇ ଉଭୟ ନେତା ଚର୍ଚ୍ଚା କରିଥିଲେ । ଛତିଶଗଡରେ ଜୈବଇନ୍ଧନ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି । ଜୈବଇନ୍ଧନ କ୍ଷେତ୍ରରେ ଥିବା ସମ୍ଭାବନାକୁ ଉପଯୋଗ କରି ରାଜ୍ୟରେ କିପରି ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ ଏବଂ ରାଜ୍ୟର ବିକାଶ ହୋଇପାରିବ ସେ ଦିଗରେ ଆଲୋଚନା ହୋଇଥିବା ପ୍ରଧାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

Comments are closed.