Odisha Link
Bridging the Missing Links in Odisha

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ମୋହନା : ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମର୍ମନ୍ତ ସଡ଼କ ଦୁର୍ଘଟଣାଟି ଗଜପତି ଜିଲ୍ଲା ଅଡ଼ବା ଥାନା ଦମାଦୁଆ ଗାଁ ନିକଟରେ ଘଟିଛି।

୩ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।ମୃତକମାନେ ହେଲେ ଦମାଦୁଆ ଗାଁର ସିନୁ ନାୟକ ଓ ଛେଳିଗଡ଼ ଗାଁର ରେଗେନ ବୀର।ଅନ୍ୟ ଆହତଙ୍କୁ ଉଦ୍ଧାର କରି ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତେବେ ସେଠାରେ ସିନୁ ନାୟକଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ତିନି ଗୁରୁତରଙ୍କୁ ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। ଅଡ଼ବା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

Comments are closed.