Odisha Link
Bridging the Missing Links in Odisha

ଭୁବନେଶ୍ବରରୁ ଆଜି ୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଭୁବନେଶ୍ବରରୁ ଆଜି ୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ କେସ୍ ୪ଟି ହୋଇଥିବାବେଳେ ୨୪ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛନ୍ତି।

କ୍ବାରେଣ୍ଟାଇନ୍‌ କେସ୍‌ ମଧ୍ୟରୁ ବଡ଼ଗଡ଼ରୁ ୨ଜଣ ସହିତ ସହିଦନଗର ଓ ସୁନ୍ଦରପଦା ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରୁ ନୀଳାଦ୍ରିବିହାର ୩ ଓ ବରମୁଣ୍ଡାରୁ ୨ଜଣ ସମେତ ଅଶୋକନଗର, ବଡ଼ଗଡ଼, ବିଜେବିନଗର, ଗୌତମନଗର, ଘାଟିକିଆ, ଆଇଆର୍‌ସି ଭିଲେଜ, କଳିଙ୍ଗନଗର, କଳିଙ୍ଗବିହାର, ଖଣ୍ଡଗିରି, ମୈତ୍ରୀବିହାର, ଲକ୍ଷ୍ମୀସାଗର, ମଞ୍ଚେଶ୍ବର, ନୟାପଲ୍ଲୀ, ପୁରୁଣା ଭୁବନେଶ୍ବର, ରସୁଲଗଡ଼, ସହିଦନଗର, ସାମନ୍ତରାପୁର, ସତ୍ୟନଗର, ଶାସ୍ତ୍ରୀନଗର ଆଦି ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.