Odisha Link
Bridging the Missing Links in Odisha

ଟ୍ରକ ପଛପଟୁ ପିଟିଲା ବାଇକ, ଜଣେ ମୃତ

ଜଳେଶ୍ବର: ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ୍ୟୁ ବରଣ କରିଛନ୍ତି। ଏହି ସଡ଼କ ଦୁର୍ଘଟଣାଟି ୬୦ ନମ୍ବର ଜାତୀୟ ରାଜପଥର ହଳଦିପଦା ରାଜଧାନୀ ଢ଼ାବା ନିକଟରେ ଘଟିଛି।

ତେବେ ବାଇକଟି ଟ୍ରକର ପଛ ପଟକୁ ପିଟି ଥିଲା ଫଳରେ ଘଟଣା ସ୍ଥଳରେ ଚାଳକର ମୃତ୍ୟୁ ହୋଇଛି। ତେବେ ମୃତକଙ୍କ ପରିଚୟ ମିଳି ପାରିନାହିଁ।ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଛି। ଏଥିସହ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ରୁଣ୍ଡ ହୋଇଛନ୍ତି।

Comments are closed.