Odisha Link
Bridging the Missing Links in Odisha

ଆଜି ବିଶ୍ବ ଏଡସ୍ ଦିବସ

ଭୁବନେଶ୍ବର : ଆଜି ବିଶ୍ବ ଏଡସ୍ ଦିବସ। ପ୍ରତିବର୍ଷ ଡିସେମ୍ବର ୧କୁ ବିଶ୍ବ ଏଡସ୍ ଦିବସ ଭାବେ ପାଳନ କରାଯାଉଛି।  ଏହା ଏଡସ୍ ର ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ପାଳନ କରାଯାଇଥାଏ ।ଏହି ଅବସରରେ ଅନେକ ସ୍ଥାନରେ ଏଡସ୍ ଦିବସ ପାଳନ କରାଯାଇଛି।ଚଳିତବର୍ଷ ରାଜ୍ୟରେ ୨,୯୬୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଭାରତ ଭଳି ବିକାଶୀଳ ଦେଶରେ ଏଚଆଇଭି ଆକ୍ରାନ୍ତଙ୍କ ସଖ୍ୟ ଉଦବେଗ ଜନକ ଭାବେ ବୃଦ୍ଧି ପାଉଛି। ଆମ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଥିକ ଏଚଆଇଭି ଆକ୍ରାନ୍ତ ଥିବା ସର୍ବେକ୍ଷଣରୁ ଜଣା ପଡିଛି।

ଚଳିତ ୨୦୨୦ ଅକ୍ଟୋବର ମାସ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୋଟ ୧୬ହଜାର ୫୧୫ଜଣ ଏଡ୍‌ସ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ଏଡ୍‌ସ ସେଲ୍‌ ସୂତ୍ରରୁ ପ୍ରକାଶ। ବିଶେଷ କରି ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁଁ ଏଡ୍‌ସ ବ୍ୟାପୁଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି।

ତେବେ ଏଚଆଇଭି ସଂକ୍ରମଣକୁ ରୋକିବାକ ପାଇଁ ସଚେତନ ତା ହିଁ ଏକମାତ୍ର ମାଧ୍ୟମ। ଏହି ଦିବସର ତାତ୍ପର୍ଯ୍ୟ ଓ ବିଶେଷତ୍ବ ସଂପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ପୁରୀ ବେଳାଭୂମିରେ ବାଲୁକା କଳା ପଦର୍ଶିତ ହୋଇଛି।

ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର ଶିଳ୍ପୀମାନେ ଏହି ଅବସରରେ ଏଡସ୍ ର ପ୍ରତୀକ ରେଡ୍ ରିବନ୍ ସହ ଆକର୍ଷଣୀୟ ବାଲୁକାକଳା ନିର୍ମାଣ କରିଥିଲେ। ବିଶ୍ବ ସମୁଦାୟକୁ ଏଡସ୍ ଭଳି ମାରାତ୍ମକ ରୋଗରୁ ମୁକ୍ତ କରିବା ପାଇଁ ଏହି ବାଲୁକା କଳାରେ ବାର୍ତ୍ତା ଦିଆଯାଇଛି।

Comments are closed.