Odisha Link
Bridging the Missing Links in Odisha

ଇଟା ଧରାଇ ଲୁଟି ନେଲେ ସୁନା

କଟକ: ଜଣେ ବାଇକ ଚାଳକଙ୍କଠୁ ଦେଢ଼ ଲକ୍ଷ ଟଙ୍କାର ସୁନା ଲୁଟିନେଲେ ଲୁଟେରା। ଏହି ଘଟଣାଟି ଆଜି ବାଦାମବାଡ଼ି ଥାନା ଅନ୍ତର୍ଗତ ପୁରୀ ବସଷ୍ଟାଣ୍ତ ନିକଟରେ ଘଟିଛି।

ଲୁଟେରା ମାନେ ହିନ୍ଦୀରେ କଥା ହେଉଥିଲେ। ନିଜକୁ ସେମାନେ ଇଡିର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ସୂଚନା ଅନୁଯାୟୀ, ଶଙ୍କରପୁରର ଶିବ ଖୁଣ୍ଟିଆ ଗତକାଲି ସକାଳ ପ୍ରାୟ ୯ଟା ବେଳେ ଏକ ବାଇକରେ ପୁରୀ ବସ୍‌ଷ୍ଟାଣ୍ତ ଦେଇ ଯାଉଥିଲେ। ଏହି ସମୟରେ ଏକ ପଲସର‌୍‌ ବାଇକରେ ତିନିଜଣ ଅଜଣା ବ୍ୟକ୍ତି ପହଞ୍ଚିଥିଲେ।

ଲୁଟେରାମାନେ ଶିବଙ୍କୁ ସୁନା ଅଳଙ୍କାର ଏଭଳି ପିନ୍ଧି ନ ବୁଲିବାକୁ ପରାମର୍ଶ ଦେଇଥିଲେ। ଚୋରି ହେଉଥିବାରୁ ସୁନା ଖୋଲି ଗାଡ଼ି ଡିକିରେ ରଖିବାକୁ କହିଥିଲେ। ଶିବ ସୁନା ଖୋଲିବା ପରେ ଏହି ଅଜଣା ବ୍ୟକ୍ତିମାନେ ତାଙ୍କୁ ଏକ କାଗଜରେ ଅଳଙ୍କାର ଗୁଡ଼ାଇ ରଖିବାକୁ କହିଥିଲେ। ଏହି ସମୟରେ କୌଶଳକ୍ରମେ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଲୁଟି ଆଉ ଏକ କାଗଜରେ ଗୁଡ଼ାଯାଇଥିବା ଇଟା ଧରାଇ ଦେଇଥିଲେ।

ଶିବ ଘରେ ପହଞ୍ଚିବା ପରେ ଦୁର୍ବୃତ୍ତଙ୍କ କାରନାମା ଜାଣିବାକୁ ପାଇଥିଲେ। ସେଥିରେ ପ୍ରାୟ ୩୦ ଗ୍ରାମର ସୁନା ଅଳଙ୍କାର ଥିଲା ଯାହାର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

Comments are closed.