Odisha Link
Bridging the Missing Links in Odisha

ପ୍ରେମିକ ଦେହରେ ନିଆଁ ଲଗାଇଲେ ଗାଁ ଲୋକେ

ଭୁବନେଶ୍ୱର: ପ୍ରେମିକ ଦେହରେ ନିଆଁ ଲଗାଇଲେ ଗାଁ ଲୋକେ। ପ୍ରେମ ବ୍ୟାପାରକୁ ନେଇ ଜଗତସିଂହପୁରରେ ଏଭଳି ଏକ ଅଭାବନିୟ ଘଟଣା ଘଟିଛି। ପ୍ରେମ ବ୍ୟାପାରକୁ ନେଇ ପ୍ରେମିକକୁ କିଛି ଗ୍ରାମବାସୀ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଉକ୍ତ ଯୁବକ ଜଣଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଏବେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ଆହତ ଯୁବକ ହେଲେ ବିପିନ ସାହୁ। ବିପିନଙ୍କ ଘର ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମରେ। ମୁର୍ମୂର୍ଷୁ ଅବସ୍ଥାରେ ଥିବା ବିପିନଙ୍କ କହିବା ମୁତାବକ, କିଛି ମାସ ହେଲା ସେ ନାଉଗାଁ ଅଞ୍ଚଳରେ ମାର୍ବଲ ମିସ୍ତ୍ରୀ ଭାବରେ କାମ କରୁଥିଲେ। ଏହା ଭିତରେ ବିପିନଙ୍କ ଭଟଣା ଗ୍ରାମର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟ ବାହା ହେବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ। ହେଲେ ପ୍ରେମୀକାର ଘର ଲୋକ ଏହାର ବିରୋଧ କରି ଆସୁଥିଲେ।

ବୁଧବାର ରାତିରେ ପ୍ରେମୀକା ବିପିନଙ୍କୁ ନିଜ ଗାଁକୁ ଡାକିଥିଲେ। ତେବେ ସେଠି ପ୍ରେମୀକ ବିପିନଙ୍କୁ ଦେଖି ଝିଅଘର ଲୋକେ ଗଣ୍ଡଗୋଳ ଆରମ୍ଭ କରିଦେଇଥିଲେ। ତା ପରେ କେତେକ ଲୋକ ବିପିନଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

Comments are closed.