ଭାରତରେ ହୋଇପାରେ କରୋନା ଟିକାକରଣ: ଗୁଲେରିଆ

ନୂଆଦିଲ୍ଲୀ: ଚଳିତ ମାସରୁ ଭାରତରେ କରୋନା ଟିକାକରଣ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହା ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି। ସେ କହିଛନ୍ତି ଯେ, ଭାରତରେ ୩ଟି କରୋନା ଟିକାର ଚୂଡାନ୍ତ ପରୀକ୍ଷା ଚାଲୁରହିଛି।
ତେଣୁ ଚଳିତ ଡିସେମ୍ବର କିମ୍ବା ଜାନୁଆରୀ ପ୍ରଥମାର୍ଦ୍ଧରେ ଭାରତରେ କରୋନା ଟିକାକରଣ ଆରମ୍ଭ ହେବାର ସମ୍ଭାବନା ରହିଛି। ସକାରଙ୍କ ଅନୁମତି ପରେ ସାଧାରଣ ଜନତାଙ୍କ ନିମନ୍ତେ ଏହା ଉପଲବ୍ଧ ହେବ। ଗୁଲେରିଆ କହିଛନ୍ତି ଯେ ଟିକାଗୁଡିକର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ସଫଳ ରହିଛି।
ଏହି ଟିକାକୁ ପ୍ରାୟ ୭୦ରୁ ୮୦ ହଜାର ସ୍ବେଚ୍ଛାସେବୀଙ୍କୁ ଟିକା ଦିଆଯାଇଛି। ତଥ୍ୟ ଅନୁଯାୟୀ ପରୀକ୍ଷାମୂଳକ ଟିକା ନେଇଥିବା ସ୍ବେଚ୍ଛାସେବୀଙ୍କ ଠାରେ କୌଣସି ପ୍ରକାର ନକାରାତ୍ମକ ପ୍ରଭାବ ଦେଖାଯାଇ ନାହିଁ। ନିରାପତ୍ତା ଓ ସୁରକ୍ଷା ଦୃଷ୍ଟିକୋଣରୁ ଟିକା ପ୍ରସ୍ତୁତିରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ।
ବ୍ରିଟେନ ଓ ରୁଷ୍ରେ ଆସନ୍ତା ସପ୍ତାହରୁ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଥିବାବେଳେ ଗୁଲେରିଆ ଏପରି କହିଛନ୍ତି। ବ୍ରିଟେନରେ ଫାଇଜର-ବାୟୋଟେକ ପ୍ରସ୍ତୁତ ଟିକାକୁ ବ୍ୟାବହାରିକ ଅନୁମତି ଦିଆଯାଇଥିବାବେଳେ ରୁଷ୍ରେ ସ୍ପୁଟନିକ-୫ ଟିକାକୁ ଅନୁମତି ଦିଆଯାଇଛି।
Comments are closed.