କୋଇଲା ବୋଝେଇ ଟ୍ରେନରେ ନିଆଁ

ଢ଼େଙ୍କାନାଳ: ଆଜି ଏକ କୋଇଲା ବୋଝେଇ ଟ୍ରେନରେ ହଠାତ୍ ନିଆଁ ଲାଗି ଯାଇଛି। ଟ୍ରେନଟି ଢ଼େଙ୍କାନାଳ ଷ୍ଟେସନରେ ଠିଆ ହୋଇଥିବା ସମୟରେ ହଠାତ୍ ଗୋଟିଏ ବଗିରୁ ଧୂଆଁ ଉଠୁଥିବା ଦେଖିବାକୁ ମିଳିଥିଲା। ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଷ୍ଟେସନ କର୍ତ୍ତୃପକ୍ଷ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ ଲାଗିବାର କାରଣ ଖୋଜି ପାଉନାହିଁ ଅଗ୍ନିଶମ ବାହିନୀ।
ସମ୍ଭବତଃ ବିଦ୍ୟୁତ୍ ତାରରୁ ନିଆଁ ଝୁଲ ଖସି କୋଇଲା ଜଳିବା ଆରମ୍ଭ କରିଥିଲା, କିମ୍ବା କେହି ବ୍ୟକ୍ତି ସିଗାରେଟ କିମ୍ବା ବିଡ଼ି ଖାଇ ପକାଇବାରୁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି । ଏ ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ ହୋଇଛି ।