Odisha Link
Bridging the Missing Links in Odisha

ଭାରସାମ୍ୟ ହରାଇ ଓଲଟିଲା ଗାଡ଼ି, ଶଳା ଓ ଭିଣୋଇ ମୃତ

ନୂଆପଡ଼ା: ସଡ଼କ ଦୁର୍ଘଟଣାରେ ଶଳା ଓ ଭିଣୋଇ ମୃତ୍ୟୁ ବରଣ କରିଛନ୍ତି। ଏହି ଅଭାବନୀୟ ସଡ଼କ ଦୁର୍ଘଟଣାଟି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଟିମନପୁର ଠାରେ ଘଟିଛି। ମୃତକ ହେଲେ କଲ୍ୟାଣ ବାଗ ଓ ଲଖନ ବାଗ। ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବାରୁ ଏହି ଦୁର୍ଘଟଣାଟି ହୋଇଥିଲା।

ପ୍ରକାଶ ଯେ, ଶୁକ୍ରବାର ରାତିରେ ଓଡି ୨୬-ଏ ୦୩୦୩ ନମ୍ବର ଥିବା ଏକ ଗାଡ଼ିରେ କଲ୍ୟାଣ ବାଗ ଓ ଲଖନ ବାଗଙ୍କ ସମେତ ୩ ଜଣ ନିଜ ଗାଁ ବୋଡେନ ଥାନା ଅନ୍ତର୍ଗତ ରାଜପୁର ଓ ବିନପୁରକୁ ଆସୁଥିଲେ।

ଟିମନପୁରଠାରେ ରାସ୍ତା ଉପରେ ଏକ ବଡ଼ ପଥର ରହିଥିଲା ଏହାକୁ ଗାଡି ଚାଳକ ଦେଖିନପାରି ପଥର ଉପରକୁ ଚଢାଇ ଦେଇଥିଲେ। ଯାହାଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ଯିବା ପରେ ସେଥିରେ ବସିଥିବା ବିନପୁର ଗ୍ରାମର କଲ୍ୟାଣ ବାଗ, ଲଖନ ବାଗ ଓ ରାଜପୁରର ସୁଶୀଳ ଧରୁଆ ଗୁରୁତର ହୋଇଥିଲେ।

Comments are closed.