Odisha Link
Bridging the Missing Links in Odisha

ସୀମାରେ ଉତ୍ତେଜନା, ୧୫ ଦିନ ପାଇଁ ଅସ୍ତ୍ରଶସ୍ତ୍ର ରଖିବାକୁ ସେନାକୁ ଗ୍ରୀନ୍ ସିଗନାଲ୍

ଲଦାଖ: ଲଦାଖ ସୀମାରେ ଚୀନ୍ ସହ ଉତ୍ତେଜନା ଜାରି ରହିଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି। ୧୫ ଦିନର ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବାକୁ ସେନାକୁ ଅନୁମତି ଦିଆଯାଇଛି। ପୂର୍ବରୁ ୧୦ ଦିନ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରହୁଥିଲା। ହେଲେ ଚୀନ୍ ସହ ଉତ୍ତେଜନା, ଏପଟେ ପାକିସ୍ତାନର ଶତ୍ରୁ ମନୋଭାବକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି।

ଏଣିକି ଯୁଦ୍ଧ ପରିସ୍ଥିତିରେ ୧୫ ଦିନ ଲଢ଼ିବା ଭଳି ଅସ୍ତ୍ର ଗଚ୍ଛିତ ରଖାଯିବ। ଏହି ଅଧିକ ଅସ୍ତ୍ର ଗଛିତ ରଖିବାକୁ ତିନି ସେନାକୁ ପ୍ରାୟ ଅଧିକ ୫୦ ହଜାର କୋଟି ଖର୍ଚ୍ଚ କରିବାକୁୁ ହେବ। ବହୁବର୍ଷ ପୂର୍ବରୁ ଯୁଦ୍ଧ ପରିସ୍ଥିତିରେ ୪୦ ଦିନ ପାଇଁ ଅସ୍ତ୍ର ଗଛିତ ରଖିବାକୁ ନିଷ୍ପତି ହୋଇଥିଲା। ହେଲେ ଏସବୁକୁ ମହଜୁଦ ରଖିବା ଏକ କଷ୍ଟକର ବ୍ୟାପାର। ଏହାଛଡ଼ା ସମୟ ସହ ଯୁଦ୍ଧର କୌଶଳ ଓ ଉପକରଣ ବଦଳୁଥିବାରୁ ଏତେ ଦିନ ପାଇଁ ମହଜୁଦ ରଖିବାକୁ ନେଇ ପ୍ରଶ୍ନ ଉଠିଥିଲା। ଏହାପରେ ଏହାକୁ ୧୦ ଦିନକୁ କମାଇ ଦିଆଯାଇଥିଲା।

ଉରି ଆକ୍ରମଣ ପରେ ଅନୁଭବ କରାଯାଇଥିଲା ଯେ, ପର୍ଯ୍ୟାପ୍ତ ପରିମାଣର ଅସ୍ତ୍ର ଗଛିତ ନାହିଁ। ଏହାକୁ ବଢ଼ାଇବା ପାଇଁ ସେତେବେଳର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ସେନାକୁ ଅନୁମତି ଦେଇଥିଲେ। ଏହାସହ ୫ ଶହ କୋଟି ପର୍ଯ୍ୟନ୍ତ କିଣିବା ପାଇଁ ତିନି ସେନାକୁ ଜରୁରୀ ଆର୍ଥିକ କ୍ଷମତା ଦିଆଯାଇଥିଲା।

Comments are closed.