Odisha Link
Bridging the Missing Links in Odisha

ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ବଲିଉଡ ଅଭିନେତ୍ରୀ ଆର୍ଯ୍ୟା ବାନାର୍ଜୀଙ୍କ ମୃତଦେହ

କୋଲକାତା: ବଲିଉଡ଼ ଅଭିନେତ୍ରୀ ଆର୍ଯ୍ୟା ବାନାର୍ଜୀଙ୍କ ପରଲୋକ ହୋଇ ଯାଇଛି। ତାଙ୍କ ମୃତ ଦେହ ସାଉଥ କୋଲକାତା ସ୍ଥିତ ଘରୁ ମିଳିଥିଲା।ଫରେନସିକ ଏକ୍ସପର୍ଟ ସୂଚନା ଦେଇଛନ୍ତି କି ଆର୍ଯ୍ୟାଙ୍କ ନାକରୁ ରକ୍ତ ଏବଂ ବାନ୍ତିର ପ୍ରମାଣ ମିଳିଥିବା। ଆର୍ଯ୍ୟା ସିତାର ବାଦକ ନିଖିଳ ବନ୍ଦୋପାଧ୍ୟାୟଙ୍କ ଝିଅ ଥିଲେ। ତାଙ୍କର ଅସଲି ନାଁ ଦେବଦତ୍ତା ବାନାର୍ଜୀ।

ସୂଚନା ମୁତାବକ, ୩୩ବର୍ଷର ଆର୍ଯ୍ୟା କୋଲକାତା ସ୍ଥିତ ଘରେ ନିଜ କୁକୁର ସହ ଏକୁଟିଆ ରହୁଥିଲେ। ତାଙ୍କ ଭଉଣୀ ସିଙ୍ଗାପୁରରେ ରୁହନ୍ତି। ଆର୍ଯ୍ୟାଙ୍କ ରୁମରୁ ଅନେକ ଖାଲି ମଦ ବୋତଲ ମିଳିଛି।

ପୋଲିସର କହିବା ଅନୁସାରେ ଆର୍ଯ୍ୟା କିଛି ସମୟ ପୂର୍ବରୁ ନିଜ ଖାଇବା ଆପ୍ ବେସଡ ଡେଲିଭରି ପ୍ଲାଟଫର୍ମରୁ ମଗାଇଥିଲେ। ସେ ଅଧିକାଂଶ ସମୟ ନିଜ କୁକୁର ସହ ବିତାଉଥିଲେ।ପଡ଼ୋଶୀଙ୍କ କହିବା ମୁତାବକ ସେ ସ୍ଥାନୀୟ ଲୋକଙ୍କ ସହ ବେଶୀ ମିଳାମିଶା କରୁନଥିଲେ।

Comments are closed.