Odisha Link
Bridging the Missing Links in Odisha

ରାତି ଅଧରେ ଅଗ୍ନିକାଣ୍ଡ, ଦୁଇ ବଖରା ଘର ସହ ଆସବାବପତ୍ର ପୋଡି ପାଉଁଶ

ଭଦ୍ରକ: ଭଦ୍ରକ ଜିଲ୍ଲା ଗୁଆମାଳ ପଞ୍ଚାୟତ ନୂଆଶାସନ ଗାଁରେ ଅଗ୍ନିକାଣ୍ଡ। ଭଦ୍ରକ ଜିଲ୍ଲା ଗୁଆମାଳ ପଞ୍ଚାୟତ ନୂଆଶାସନ ଗାଁରେ ଅଗ୍ନିକାଣ୍ଡ। ଗାଁରେ ରାତି ଅଧରେ ନିଆଁ ଲାଗିବା ଦ୍ବାରା ଗାଁର ପଣ୍ଡାସାହିର କୈଳାଶ ପଣ୍ଡାଙ୍କ ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଛି।

ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁ ଲାଗିବା ପରେ ଭୟରେ ଘର ଲୋକ ମାନେ ବାହାରକୁ ଚାଲି ଆସିଥିଲେ। ହେଲେ ଘରର ଆସବାବପତ୍ର, ଟଙ୍କା, ସୁନା ଗହଣା ସବୁ ଜଳି ଯାଇଛି।

ଘଟଣା ସ୍ଥଳରେ ତିହିଡି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଗୁଆମାଳ ସରପଞ୍ଚ ପ୍ରଦୀପ୍ତ ପଣ୍ଡା କ୍ଷୟକ୍ଷତି ଆକଳନ କରି ଅଗ୍ନି ବିପନ୍ନଙ୍କୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। କିଛି ଦିନ ପୂର୍ବରୁ ଅଗ୍ନିକାଣ୍ଡରେ ସେହି ଗାଁର ୫ ବଖରା ଘର ଜଳି ଯାଇଥିଲା।

Comments are closed.