Odisha Link
Bridging the Missing Links in Odisha

ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ୨ ଦିନିଆ ରିମାଣ୍ଡରେ ଯିବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସ୍ଆଇଟି। ୨ ଦିନିଆ ରିମାଣ୍ଡ ପାଇଁ ଭୁବନେଶ୍ବର ଏସ୍‌ଡିଜିଏମ୍ କୋର୍ଟଙ୍କ ଅନୁମତି। ଠକେଇ ମାମଲାର ଅଧିକ ତଦନ୍ତ ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ୨ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସ୍ଆଇଟି।

ପୂର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ଠକେଇ ମାମଲାରେ ଆକାଶ ପାଠକଙ୍କୁ କ୍ରାଇମବ୍ରାଞ୍ଚର ୫ ଦିନିଆ ରିମାଣ୍ଡରେ ନେଇଛି। ଟାଟା ମୋଟର୍ସରେ ଜାଲିଆତି ନିଯୁକ୍ତି ନେଇ ଆକାଶଙ୍କୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ।

ଅନ୍ୟପଟେ ଠକେଇ ଓ ଜାଲିଆତି ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।ପ୍ରଦୀପ ପୂର୍ବରୁ ହାଇକୋର୍ଟରେ ଜାମିନ୍ ଆବେଦନ କରିଥିବା ବେଳେ କାଲି ରିଟ୍ ଫାଇଲ୍ କରିଥିଲେ। ତାଙ୍କ ଓକିଲଙ୍କ ସହ ସାକ୍ଷାତ ସୁଯୋଗ ଦେବାକୁ ରିଟରେ ଆବେଦନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ।

ସୂଚନାଯୋଗ୍ୟ, ଭାବି ଜ୍ୱାଇଁଙ୍କ ସହ ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ସାଇବର ସେଲ୍ ପ୍ରଦୀପଙ୍କୁ ଗିରଫ କରିଥିଲା। ପ୍ରଦୀପଙ୍କ ଦୁର୍ନୀତିର ତଦନ୍ତ ଲାଗି ରାଜ୍ୟ ସରକାରଙ୍କ ସୁପାରିସକୁ ଲୋକାୟୁକ୍ତ ଗ୍ରହଣ କରିବା ସହ ଭିଜିଲାନ୍ସକୁ ୨ ମାସ ଭିତରେ ପ୍ରାଥମିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.