Odisha Link
Bridging the Missing Links in Odisha

ମହିଳା କମିଶନରେ ଓଲିଉଡ୍ ଅଭିନେତ୍ରୀ ବର୍ଷା

ଭୁବନେଶ୍ୱର: ଦିନକୁ ଦିନ ନୂଆ ମୋଡ଼ ନେଉଛି ଓଲିଉଡ୍ ଅଭିନେତ୍ରୀ ବର୍ଷା ଓ ସାଂସଦ ତଥା ଓଲିଉଡ୍‌ ଅଭିନେତା ଅନୁଭବଙ୍କ ବିବାଦ। ବର୍ଷା ପ୍ରିୟଦର୍ଶିନୀ ଆଜି ମହିଳା କମିଶନରଙ୍କ ନିକଟରେ ଫେରାଦ ହେବା ପରେ ଏମିତି ସନ୍ଦେହ ସୃଷ୍ଟି ରହିଛି। ଗତ କିଛିମାସ ହେଲା ଲାଗି ରହିଥିବା ପାରିବାରିକ କଳହକୁ ନେଇ ବର୍ଷା ମହିଳା କମିଶନରଙ୍କ ଦ୍ୱାରସ୍ଥ ହୋଇଥିବା ସନ୍ଦେହ କରାଯାଉଛି।

ତେବେ, ଅଭିନେତ୍ରୀ ବର୍ଷା ପ୍ରକୃତରେ କେଉଁ କାରଣରୁ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ସେନେଇ କୌଣସି ସଠିକ୍ ସୂଚନା ମିଳିପାରିନାହିଁ। ସେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡ଼ିଛି । ପୂର୍ବରୁ ସ୍ୱାମୀ-ସ୍ତ୍ରୀ ବିବାହ ବିଚ୍ଛେଦ ନେଇ କୋର୍ଟରେ ମାମଲା ଚାଲିଛି।

ଦିନକ ତଳେ ଅନୁଭବଙ୍କ ବାନ୍ଧବୀ କୁହାଯାଉଥିବା ଜାଗ୍ରତି ଶୁକ୍ଲା ଫେସବୁକ୍ ପୋଷ୍ଟ ମାଧ୍ୟମରେ ମୁହଁ ଖୋଲିଥିଲେ। ବର୍ଷା-ଅନୁଭବ ପତିପତ୍ନୀ ପାରିବାରିକ ବିବାଦକୁ ତାଙ୍କୁ ଅଯଥା ଟଣା ଯାଉଥିବା ନେଇ ଜାଗ୍ରତି ଅଭିଯୋଗ କରିଥିଲେ। ଏସବୁ ପାଇଁ ଜାଗ୍ରତି ଶୁକ୍ଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦାୟୀ କରିବା ସହ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ।

Comments are closed.