Odisha Link
Bridging the Missing Links in Odisha

ଦ୍ବିତୀୟ ଇନିଂସରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ, ଅଷ୍ଟ୍ରେଲିଆ ଆଗରେ ୯୦ ରନର ଟାର୍ଗେଟ

ଆଡିଲେଡ: ଐତିହାସିକ ପିଙ୍କ ବଲ ଟେଷ୍ଟରେ ବୋଲରଙ୍କ ଆଧିପତ୍ୟ ଜାରି ରହିଛି। ଟିମ୍‌ ଇଣ୍ଡିଆର ବୋଲରଙ୍କ ପରେ ଅଷ୍ଟ୍ରେଲିଆ ବୋଲରଙ୍କ ଦମଦାର ପ୍ରଦର୍ଶନ। ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆର ପଲ୍ଲା ଭାରି ଥିବାବେଳେ ଦ୍ବିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ୍‌ ଇଣ୍ଡିଆ। ଏପରିକି ଜଣେ କେହି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଦଳ ପକ୍ଷରୁ ମୟଙ୍କ ଅଗ୍ରଓ୍ବାଲ ସର୍ବାଧିକ ୯ ରନ୍‌ କରିଛନ୍ତି। ଟିମ୍‌ ଇଣ୍ଡିଆ ୩୬ ରନରେ ଅଲଆଉଟ୍‌ ହୋଇ ଯାଇଛି। ଯାହା ଫଲରେ ଟେଷ୍ଟ କ୍ରିକେଟରେ ଏକ ଲଜ୍ୟା ଜନକ ରେକର୍ଡର ଅଧିକାରୀ ହୋଇଛି ଟିମ୍‌ ଇଣ୍ଡିଆ। ଟେଷ୍ଟ କ୍ରିକେଟରେ ଦଳ ସର୍ବନିମ୍ନ ସ୍କୋର ୩୬ ରନ୍‌ କରିଛି।

ପ୍ରଥମ ଦିବାରାତ୍ର ଟେଷ୍ଟର ଦ୍ବିତୀୟ ଦିନରେ ହିଁ ଘରୋଇ ଅଷ୍ଟ୍ରେଲିଆ ଦଳ ଅଲଆଉଟ୍‌ ହୋଇ ଯାଇଥିଲା। ଟିମ୍‌ ଇଣ୍ଡିଆର ବୋଲିଂରେ ଘାଇଲା ହୋଇ ୧୯୧ ରନରେ ଅଲଆଉଟ୍‌ ହୋଇଯାଇଥିଲା ପେନ୍‌ଙ୍କ କଙ୍ଗାରୁ ବାହିନୀ। ଯାହାଫଳରେ ଭାରତ ଶୁକ୍ରବାର ଦିନ ହିଁ ଦ୍ବିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ଗୋଟିଏ ଓ୍ବିକେଟ ହରାଇ ୮ ରନ କରିଥିଲା। ବୁମରା ଓ ଅଗ୍ରଓ୍ବାଲ ନଟ୍‌ଆଉଟ୍‌ ରହିଥିଲେ

ତୃତୀୟ ଦିନ ଟିମ୍‌ ଇଣ୍ଡିଆ ୮ରନରୁ ବ୍ୟାଟଂ କରିବାକୁ ଆସିଥିଲା। ତୃତୀୟ ଦିନର ଦ୍ବିତୀୟ ଓଭରରେ ହିଁ ଟିମ୍‌ ଇଣ୍ଡିଆକୁ ଝଟକା ଲାଗିଥିଲା। ବୁମରା ୨ ରନ୍‌ କରି କମପିନ୍ସଙ୍କ ଶିକାର ହୋଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଚେତେଶ୍ବର ପୂଜାରା(୦), ମୟଙ୍କ ଅଗ୍ରଓ୍ବାଲ (୯) ବିରାଟ କୋହଲି (୪) ଓ ରାହାଣେ (୦) ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ଦଳୀୟ ସ୍କୋର ୧୫ ଥିବା ବେଳେ ଅଷ୍ଟ୍ରେଲିଆ ପେସ୍‌ ବାହିନୀ ଟିମ୍‌ ଇଣ୍ଡିଆର ଲଗାତାର ୩ଟି ଜଣ ବ୍ୟାଟସମ୍ୟାନ୍‌ଙ୍କୁ ପ୍ୟାଭିଲିଅନ୍‌ ପଠାଇଥିଲେ। ଯାହାଫଳରେ ସଙ୍କଟରେ ଟିମ୍‌ ଇଣ୍ଡିଆ ପଡ଼ିଯାଇଥିଲା।

ପରେ ଅନ୍ୟ ଖେଳାଳି ମାନେ ସଅଳ ଆଉଟ ହୋଇ ପ୍ୟାଭିଲିଅନ୍‌ ଫେରିଥିଲେ। ଦଳୀୟ ସ୍କୋର ୩୬ ଥିବା ବେଳେ ମହମ୍ମଦ ସାମି ଆହତ ହୋଇ ରିଟିଆର୍ଡ ହଟ୍‌ ହୋଇ ପ୍ୟାଭିଳଇଅନ୍‌ ଫେରିଥିଲେ। ଯାହଫଳରେ ଟିମ୍‌ ଇଣ୍ଡିଆ ଦ୍ବିତୀୟ ଇନିଂସରେ ମାତ୍ର ୩୬ ରନ୍‌ କରି ପାରିଛି। ଅନ୍ୟପଟେ ପ୍ରଥମ ଦିବାରାତ୍ର ଟେଷ୍ଟରେ ବିଜୟୀ ହେବାକୁ ହେଲେ ଅଷ୍ଟ୍ରେଲିଆକୁ ମାତ୍ର ୯୦ ରନ୍‌ କରିବାର ଆବଶ୍ୟକତା ରହିଛି।

Comments are closed.