Odisha Link
Bridging the Missing Links in Odisha

ରାଜଧାନୀରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼

ଭୁବନେଶ୍ୱର: ପେଟ୍ରୋଲ ପମ୍ପ ତେଲ ପକେଇବା ପରେ କର୍ମଚାରୀ ଜଣକ ଗ୍ରାହକଙ୍କୁ ଟଙ୍କା ମାଗିବାରୁ ତାଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରାଯାଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୋଖରୀପୁଟ ଅଞ୍ଚଳରେ।

ପ୍ରକାଶ ଯେ, ଦୁଇ ଜଣ ଯୁବକ ବାଇକ୍‌ରେ ଆସି ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ। ଆଉ ତା’ରେ ଉକ୍ତ କର୍ମଚାରୀଙ୍କୁ ଖୋଜିଥିଲେ। କର୍ମଚାରୀଙ୍କ ପାଇବା ପରେ ତାଙ୍କୁ ଟଣା ଓଟରା କରି ମାଡ଼ ମାରିଥିଲେ। ଦୁଇ ଜଣ ଯୁବକ ମାଡ଼ ମାରିବାର ମାତ୍ର କେଇ ସେକେଣ୍ଡ ଭିତରେ ତାଙ୍କ ଅନ୍ୟ ସାଙ୍ଗମାନେ ଆସି ସେଠାରେ ପହଞ୍ଚିଗଲେ। ଆଉ ସମସ୍ତେ ମିଳିମିଶି କର୍ମଚାରୀଙ୍କୁ ମାଡ଼ ମାରିଥିଲେ।

ତେବେ ଶେଷରେ ବ୍ଲାକ୍‌-ରେଡ୍‌ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଜଣେ ଯୁବକ ସେଠାରେ ପହଞ୍ଚିଥିଲେ ଆଉ ଫିଲ୍ମ ଷ୍ଟାଇଲ୍‌ରେ ତାଙ୍କୁ ମାଡ଼ ମାରି କ୍ୟାମେରା ଫୋକସ୍‌ରୁ ଆଉଟ୍‌ କରିଥିଲେ। ତେବେ କିଛି ସମୟ ପର୍ଯ୍ୟନ୍ତ ମାଡ଼ ମାରି ମନ ଶାନ୍ତି ହେବା ପରେ ସେଠାରୁ ସମସ୍ତେ ଚାଲି ଯାଇଥିଲେ।

ସବୁଠାରୁ ବଡ଼ କଥା ହେଲା, ପମ୍ପରେ ଅନେକ ଲୋକ ତେଲ ପକେଇବା ପାଇଁ ଗାଡ଼ି ଧରି ଛିଡ଼ା ହୋଇଥିଲେ। ହେଲେ କେହି ବି ଜଣେ ଆସି ସେହି ଗଣ୍ଡଗୋଳକୁ ରୋକିବାକୁ ଚେଷ୍ଟା କରିନଥିଲେ। କିମ୍ବା ନୀରିହ କର୍ମଚାରୀଙ୍କୁ ମାଡ଼ ଖାଇବାରୁ ରକ୍ଷା କରିବାକୁ ଚେଷ୍ଟା କରି ନଥିଲେ।

Comments are closed.