Odisha Link
Bridging the Missing Links in Odisha

ରାଜଧାନୀରେ ଟିକାକରଣ ପାଇଁ ୪୪ଟି ସ୍ଥାନ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ଟିକାକରଣ ପାଇଁ ଚାଲିଛି ପ୍ରସ୍ତୁତି। ଟିକାକରଣ ନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ବିଏମସି କମିସନର ଯେ, ଭୁବନେଶ୍ୱରରେ ଟିକାକରଣ ପାଇଁ ୪୪ଟି ସ୍ଥାନ ଚିହ୍ନଟ ହୋଇଛି। ଭୁବନେଶ୍ୱରର ୧୮ଟି ପ୍ରମୁଖ ହସ୍ପିଟାଲ ଟିକାକରଣ ପାଇଁ ଚିହ୍ନଟ ହୋଇଛି। ୨୬ଟି ପିଏଚସି ଓ ସିଏଚସି ଟିକାକରଣ ପାଇଁ ସ୍ଥାନ ଚିହ୍ନଟ ହୋଇଛି।

ଏଥିସହ ପ୍ରାଥମିକ ପର୍ଯ୍ୟାୟରେ ୨୫ରୁ ୨୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା ହେବ। ଏନେଇ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ସରକାରଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଆସିବ, ସେ ଅନୁସାରେ ଟିକାକରଣ ହେବ। ବୟସ୍କ ଓ ହାଇ ରିସ୍କ ଗୋଷ୍ଠୀଙ୍କ ତଥ୍ୟ ବିଏମସି ପାଖରେ ରହିଛି ବୋଲି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

Comments are closed.