Odisha Link
Bridging the Missing Links in Odisha

ଇତିହାସ ରଚିବେ ଏୟାର ଇଣ୍ଡିଆର ମହିଳା ପାଇଲଟ୍ ଟିମ୍

ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ମହିଳା ପାଇଲଟ୍ ଟିମ୍ ଦୁନିଆର ସବୁଠୁ ଲମ୍ବା ବିମାନ ରୁଟ୍‌ରେ ବିମାନ ଉଡାଇ ଇତିହାସ ରଚିବେ। ସାନ୍ ଫ୍ରାନସିସ୍କୋରୁ ଉଡ଼ାଣ ଭରି ସେମାନେ ଆଜି ବେଙ୍ଗାଲୁରୁ ପହଞ୍ଚିବେ।

ଏହି ଯାତ୍ରାରେ ମହିଳା ପାଇଲଟ୍‌ ପାଖାପାଖି ୧୬ ହଜାର କିଲୋମିଟର ଅତିକ୍ରମ କରିବେ।ସାନ୍ ଫ୍ରାନସିସ୍କୋରୁ ବେଙ୍ଗାଲୁରୁକୁ ଉଡ଼ାଣ ଭରିବା ପାଇଁ ଜଣେ ମହିଳା କ୍ୟାପଟେନଙ୍କୁ ଦାୟିତ୍ୱ ଦିଆଯାଇଥିବା ଏୟାର ଇଣ୍ଡିଆର ଅଫିସିଆଲ୍ ପକ୍ଷରୁ କୁହାଯାଇଛି।

ଏହାର ନେତୃତ ନେଉଛନ୍ତି ଏୟାର ଇଣ୍ଡିଆର କ୍ୟାପଟେନ ଜୋୟା ଅଗ୍ରୱାଲ୍। ସେ କହିଛନ୍ତି, ସେ ଓ ତାଙ୍କ ଟିମ୍ ଜାନୁଆରୀ ୯ ତାରିଖରେ ଇତିହାସ ରଚିବା ପାଇଁ ଅପେକ୍ଷା କରିଛନ୍ତି । ବିଶ୍ୱର ଅଧିକାଂଶ ଲୋକ ଏହି ରୁଟ୍‌କୁ ପ୍ରତ୍ୟକ୍ଷ ଭାବେ ଦେଖି ନାହାନ୍ତି କି ମାନଚିତ୍ରରେ ମଧ୍ୟ ଦେଖି ନାହାନ୍ତି ।

ତାଙ୍କ ଉପରେ ବିଶ୍ୱାସ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଏୟାର ଇଣ୍ଡିଆ ତାଙ୍କୁ ଦାୟିତ୍ୱ ଦେଇଛନ୍ତି। ଏହା ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଯେ ସେ ବୋଇଙ୍ଗ୍ ୭୭୭କୁ ଦୁନିଆର ସବୁଠାରୁ ଲମ୍ୱା ରୁଟ୍‌ରେ ଉଡ଼ାଇବାର ନେତୃତ୍ୱ ନେବେ। ଏନେଇ କ୍ୟାପ୍ଟେନ୍ ଜୋୟା ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ଏଜେନ୍ସିକୁ ପ୍ରତିକ୍ରିୟା ଦେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି।