Odisha Link
Bridging the Missing Links in Odisha

ବିଲରୁ ଅଜଣା ଲୋକର ଶବ ଉଦ୍ଧାର

ସୋର : ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜଳଙ୍ଗ ତେନ୍ତୁଳିଆ ଗାଁ ଅଞ୍ଚଳରେ ଥିବା ବିଲ ରୁ ଜଣେ ଅଜଣା ଲୋକର ଶବ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ, ତେନ୍ତୁଳିଆ ଗ୍ରାମର ରାସ୍ତା ପାଖରେ ମୃତଦେହ ପଡିଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ।

ଉକ୍ତ ଯୁବକଙ୍କ ମୁଣ୍ଡରେ କ୍ଷତବିକ୍ଷତ ଥିବା ବେଳେ ନାକରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା। ପାଖରେ ବ୍ୟାଗ, ଗାମୁଛା ପଡି ରହିଛି। ହତ୍ୟା କରି କେହି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.