Odisha Link
Bridging the Missing Links in Odisha

ଆଜି ଭୁବନେଶ୍ବରରେ ପହଞ୍ଚିବ ଟିକା

ଭୁବନେଶ୍ବର : ଆଜି ଅପରାହ୍ଣ ୪ଟା ୨୦ ସୁଦ୍ଧା ଭୁବନେଶ୍ବରରେ ଟିକା ପହଞ୍ଚିବ କରୋନା ଟିକା। ଦେଶରେ ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ। ତେବେ ଆଜିଠାରୁ ଦେଶର ବିଭିନ୍ନ ରାଜ୍ୟକୁ ଟିକା ଯୋଗାଣ ଆରମ୍ଭ ହୋଇଛି।

ଆଜି ଭୋର ୫ଟା ବେଳେ ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ସ୍ବତନ୍ତ୍ର ଉତ୍ତାପ ନିୟନ୍ତ୍ରିତ ଟ୍ରକରେ ଟିକା ଏୟାରପୋର୍ଟକୁ ନିଆଯାଇଥିଲା । ସେଠାରେ ଟିକାଥିବା ସ୍ବତନ୍ତ୍ର କଣ୍ଟେନର ମାଧ୍ୟମରେ ଦେଶର ବିଭିନ୍ନ ସହରକୁ ପଠାଯାଇଛି।

ଆଜି ପଠାଯାଇଥିବା ସହର ମଧ୍ୟରେ ରହିଛି ଭୁବନେଶ୍ବର, ଦିଲ୍ଲୀ, ଅହମଦାବାଦ, କୋଲକାତା, ଚେନ୍ନାଇ, ବାଙ୍ଗାଲୁରୁ, କର୍ନାଲ, ହାଇଦ୍ରାବାଦ, ବିଜୟଓ୍ବାଡ଼ା, ଗୁଆହାଟୀ,ଲକ୍ଷ୍ନୌ ଓ ଚଣ୍ଡିଗଡ଼ । ଏୟାରଇଣ୍ଡିଆ କାର୍ଗୋ ବିମାନ ଯୋଗେ ଏସବୁ ଟିକା ପଠାଯାଉଛି।

ତେବେ ପୁନେରୁ ମୁମ୍ବାଇକୁ ଯିବାକୁ ଥିବା ଟିକା ସଡ଼କ ପଥରେ ପଠାଯିବ। କୁଲ-ଏକ୍ସ କୋଲ୍ଡ ଚେନ ଲିଃର ସ୍ବତନ୍ତ୍ର ଟ୍ରକ ଯୋଗେ ଏସବୁ ଟିକା ପଠାଯିବ।ମିଳିଥିବା ସୂଚନା ଅନୁସାରେ ପୁନେ ଏୟାରପୋର୍ଟରୁ ସ୍ପାଇଶ ଜେଟ ବିମାନ ଯୋଗେ ଭୁବନେଶ୍ବରକୁ ଟିକା ଆସିବ। ଏହା ଆଜି ଅପରାହ୍ଣ ୪ଟା ୨୦ ସୁଦ୍ଧା ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବାର ସମ୍ଭାବନା ରହିଛି ।

Comments are closed.