Odisha Link
Bridging the Missing Links in Odisha

ବାଲି ବସ୍ତାରୁ ବାହାରିଲା ୩୩ଟି ନାଗ ମୂର୍ତ୍ତି

ଭଦ୍ରକ: ଘର କାମ ପାଇଁ ଆସିଥିବା ବାଲିରୁ ବାହାରିଥିଲା ବସ୍ତା। ଆଉ ସେହି ବସ୍ତା ଖୋଲିବା ବେଳକୁ ଭିତରୁ ବାହାରିଲା ୩୩ରୁ ଅଧିକ ସାପ ମୂର୍ତ୍ତି। ମୂର୍ତ୍ତି ଦେଖିବା ପରେ ଗାଁରେ ଲୋକେ ଏକାଠି ହୋଇଥିଲେ। ପରେ ଆଧ୍ୟାତ୍ମିକ ପରିବେଶ ଦେଖିବା ପାଇଁ ମିଳିଛି। ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଅଳାଉତି ଗାଁରେ।

ପ୍ରକାଶ ଯେ, ଅଳାଉତି ଗାଁର ନିରଞ୍ଜନ ଭୂୟାଁ ନିଜ କାମ ପାଇଁ ହାଇୱା ଟ୍ରକ ଦ୍ଵାରା ବାଲି ଆଣିଥିଲେ। ଘର ନିକଟକୁ ଗାଡି ଯିବାକୁ ସୁବିଧା ନଥିବାରୁ ଗାଁ ମୁଣ୍ଡରେ ବାଲି ଖାଲି କରିଥିଲେ। ପରେ ଆସିଥିବା ବାଲିକୁ ଟ୍ରାକ୍ଟର ଯୋଗେ ଘରକୁ ନେଉଥିଲେ। ବାଲି ଟ୍ରାକ୍ଟରରେ ଲୋଡିଙ୍ଗ ବେଳେ ବାଲି ଗଦାରୁ ଏକ ପ୍ଲାଷ୍ଟିକ ବସ୍ତା ବାହାରିଥିଲା।

ପରେ ବସ୍ତା ଖୋଲାଯିବାରୁ ବସ୍ତା ଭିତରୁ ପ୍ରାୟ ୩୩ରୁ ଅଧିକ ସାପ ମୂର୍ତ୍ତି ବାହାରିଥିଲା। ତେବେ ଗାଁ ଲୋକେ ଦେଖିବା ପାଇଁ ଭିଡ ଜମାଇଥିଲେ। ଏବେ ଗାଁରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ତେବେ ବାଲି ଆଣିଥିବା ମାଲିକ ଏବେ ବ୍ରାହ୍ମଣ ସମାଜ ସହ ଯୋଗାଯୋଗ କରିଛନ୍ତି। ଆବଶ୍ୟକୀୟ ପରାମର୍ଶ ପରେ ପରବର୍ତ୍ତୀ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ତେବେ ବାଲି କେଉଁ ସ୍ଥାନରୁ ଆସୁଥିଲା ସେ ନେଇ କୌଣସି ସୂଚନା ମିଳିପାରି ନାହିଁ।

Comments are closed.