Odisha Link
Bridging the Missing Links in Odisha

ରାଷ୍ଟ୍ରୀୟ ସମ୍ନାନ ସହ ହେବ ଡି. ପ୍ରକାଶଙ୍କ ଶେଷକୃତ୍ୟ

କଟକ: ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ। ଆଜି ଏସସିବି ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଡ଼ି. ପ୍ରକାଶ। ରାଷ୍ଟ୍ରୀୟ ସମ୍ମାନ ସହ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ହେବ। ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆସନ୍ତା କାଲି ସକାଳେ କାଳିଆବୋଦା ଶ୍ମଶାନରେ ପ୍ରକାଶଙ୍କ ଅନ୍ତିମ ସଂସ୍କାର ହେବ।

ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଆଜି ଅପରାହ୍ନ ୪.୧୫ରେ ତାଙ୍କର ପରଲୋକ ହୋଇଛି। ବ୍ରେନ ଷ୍ଟ୍ରୋକ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଡ଼ି. ପ୍ରକାଶ ରାଓଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଶେଶୀ ଲାଲଙ୍କ ସହ ବହୁ ବରିଷ୍ଠ ରାଜନେତା ଗଭୀର ସମବେଦନା ଜଣାଇଛନ୍ତି।

ଡ଼ି. ପ୍ରକାଶ ରାଓ କଟକର ଜଣେ ସାଧାରଣ ଚା ଦୋକାନୀ ଭାବରେ ସେ ଲୋକଲୋଚନକୁ ଆସିଥିଲେ। ଚା ଦୋକାନକରୁ ମିଳୁଥିବା ଲାଭାଂଶରୁ ସେ ବସ୍ତି ପିଲାଙ୍କୁ ଶିକ୍ଷା ଯୋଗାଇ ଆସୁଥିଲେ। ଏଥିସହ ଗରିବ ବସ୍ତି ପିଲାଙ୍କ ପାଇଁ ସେ ସ୍କୁଲ୍‌ ପ୍ରତିଷ୍ଠା କରିଥିଲେ। ଡ଼ି. ପ୍ରକାଶ ରାଓ ଜରେ ସ୍ବେଚ୍ଛାସେବୀ ଥିଲେ। ସେ ୨୦୦ରୁ ଅଥିକ ଥର ରକ୍ତଦାନ କରିଥିଲେ।

Comments are closed.