Odisha Link
Bridging the Missing Links in Odisha

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

କଟକ: ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ। ଆଜି ଏସସିବି କୋଭିଡ୍ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଡି. ପ୍ରକାଶ। ଆଜି ଅପରାହ୍ନ ୪.୧୫ରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ଏ ନେଇ ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା।

ଡି. ପ୍ରକାଶ ରାଓଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡି. ପ୍ରକାଶ ସହ ନିଜର ଏକ ଫଟୋ ଟ୍ବିଟରେ ସେୟାର କରି ଶୋକ ପ୍ରକାଶ କରିଛନ୍ତି।

ଡ଼ି. ପ୍ରକାଶ ରାଓ କଟକର ଜଣେ ସାଧାରଣ ଚା ଦୋକାନୀ ଭାବରେ ସେ ଲୋକଲୋଚନକୁ ଆସିଥିଲେ। ଚା ଦୋକାନକରୁ ମିଳୁଥିବା ଲାଭାଂଶରୁ ସେ ବସ୍ତି ପିଲାଙ୍କୁ ଶିକ୍ଷା ଯୋଗାଇ ଆସୁଥିଲେ। ଏଥିସହ ଗରିବ ବସ୍ତି ପିଲାଙ୍କ ପାଇଁ ସେ ସ୍କୁଲ୍‌ ପ୍ରତିଷ୍ଠା କରିଥିଲେ। ଡ଼ି. ପ୍ରକାଶ ରାଓ ଜରେ ସ୍ବେଚ୍ଛାସେବୀ ଥିଲେ। ସେ ୨୦୦ରୁ ଅଥିକ ଥର ରକ୍ତଦାନ କରିଥିଲେ। ସେଥିପାଇଁ ୨୦୧୯ରେ ପ୍ରକାଶଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।।

Comments are closed.