Odisha Link
Bridging the Missing Links in Odisha

ଦୀପ ଦେବା ବେଳେ ମହିଳା ଭକ୍ତଙ୍କ ଶାଢ଼ୀରେ ଲାଗିଲା ନିଆଁ

ବୁର୍ଲା: ଶ୍ରୀ ଜଗନ୍ନାଥ ମନ୍ଦିରରେ ପୁଜାର୍ଚ୍ଚନା ବେଳେ ଅଘଟଣ। ଜଣେ ବୃଦ୍ଧା ମହିଳା ମନ୍ଦିରରେ ଦୀପ ଦେବା ବେଳେ ନିଆଁରେ ପୋଡ଼ି ହୋଇଯାଇଛନ୍ତି। ମହିଳାଙ୍କୁ ଶଙ୍କଟାପର୍ଣ୍ଣ ଅବସ୍ଥାରେ ଭିମସାର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଛି।

ବୃଦ୍ଧା ଜଣକ ବୁର୍ଲା ଭକ୍ତିମଣ୍ଡପ ଅଞ୍ଚଳ ଲକ୍ଷ୍ମୀପୂଜା ଛକର କୁନି ସାହୁ ବୋଲି ଜଣାପଡ଼ିଛି। ଭକ୍ତମାନଙ୍କ ଗହଣରେ ସେ ପୁଜାର୍ଚ୍ଚନା କରୁଥିବା ସମୟରେ ଅସାବଧାନତା ବଶତଃ ତାଙ୍କ ପିନ୍ଧାବସ୍ତ୍ରରେ ଅଗ୍ନି ସଂଯୋଗ ହୋଇଯାଇଥିଲା।

ହୁ ହୁ ହୋଇ ଜଳୁଥିବା ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକମାନେ ବୁର୍ଲା ଭିମସାରର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରିଥିଲେ । ତାଙ୍କ ଶରୀରର ୭୫ ପ୍ରତିଶତ ଶରୀରର ଏହି ନିଆଁରେ ପୋଡ଼ି ହୋଇ ଯାଇଥିବା ଭିମସାରୁ ସୂଚନା ମିଳିଛି।

Comments are closed.