Odisha Link
Bridging the Missing Links in Odisha

ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାନର ଶୁଭାରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ସାରା ଦେଶରେ ଟିକାକରଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ। ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ଶୁଭ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କୋଭିଡ୍ ଯୁଦ୍ଧରେ ପ୍ରୟୋଗ ହେବ ବ୍ରହ୍ମାସ୍ତ୍ର। ଆଜି ଦେଶବ୍ୟାପୀ ପ୍ରଥମ ପର୍ଯ୍ୟାୟ ଟିକାକରଣ। ସକାଳ ସାଢେ ୧୦ଟାରେ ସାରା ଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ ୩ ହଜାରଟି କେନ୍ଦ୍ରରେ କୋଭିଡ ଟିକା ଦିଆଯାଉଛି। ପ୍ରତ୍ୟେକ କେନ୍ଦ୍ରରେ ସର୍ବାଧିକ ୧୦୦ ଜଣଙ୍କୁ କୋଭିଡ-୧୯ ଭାକସିନ୍‌ ଦିଆଯିବ।

ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ୧ କୋଟି ସ୍ୱାସ୍ଥ୍ୟକର୍ମୀ ଓ ୨କୋଟି କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏହା ପୂର୍ବରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ଟିକା ପହଞ୍ଚିସାରିଛି। କେମିତି ଟିକା ଦିଆଯିବ ସେନେଇ ପୂର୍ବରୁ ଦେଶରେ ୩ଟି ପର୍ଯାୟରେ ଡ୍ରାଏ ରନ ସରିଛି । ଟିକାକରଣ କାର୍ଯ୍ୟକ୍ରମର ତଦାରଖ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୪ଘଣ୍ଟିଆ ସହାୟତା କେନ୍ଦ୍ର ଖୋଲାଯାଇଛି।

Comments are closed.