Odisha Link
Bridging the Missing Links in Odisha

ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଅଗ୍ନିକାଣ୍ଡ: ୫ ମୃତ

ପୁଣେ: ପୁଣେ ସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ନିଆଁ।‌ ଇନ୍‌ଷ୍ଟିଚ୍ୟୁଟର ନୂଆ ବିଲଡ଼ିଂ ଟର୍ମିନାଲ -୧ ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ୫ ଜଣଙ୍କର ମୃତ୍ୟୁ ନେଇ ସ୍ପଷ୍ଟ କଲେ ପୁଣେ ମେୟର ମୁରଲୀଧର ମୋହଲ। ଆମ ଯବାନ ୫ ଜଣଙ୍କର ମୃତଦେହ ଠାବ କରିଥିବା ନେଇ ମେୟର ସୂଚନା ଦେଇଛନ୍ତି।

କେତେକଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ବୀକାର କରିଛନ୍ତି ସେରମ୍‌ ସିଇଓ। ସିଇଓ ଅଦର ପୁନାଓ୍ବାଲା ଟୁଇଟ୍‌ ଜରିଆରେ ସୂଚନା ଦେଇଛନ୍ତି। ଏଥିସହ ଫସି ରହିଥିବା ୬ ଜଣ କର୍ମଚାରୀଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

Comments are closed.