ପରୀକ୍ଷା ପଦ୍ଧତି ଓ ନମ୍ବର ଆବଣ୍ଟନ ସଂକ୍ରାନ୍ତରେ ମାଧ୍ୟମିକ ଶିକ୍ଷା ବୋର୍ଡ ବିଜ୍ଞପ୍ତି ଜାରି

କଟକ: ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ପଦ୍ଧତି ଓ ନମ୍ବର ଆବଣ୍ଟନ ସଂକ୍ରାନ୍ତରେ ମାଧ୍ୟମିକ ଶିକ୍ଷା ବୋର୍ଡ ବିଜ୍ଞପ୍ତି ଜାରି କରିଛି। ପୁରାତନ ଓ ନୂତନ ପାଠ୍ୟକ୍ରମର ପରୀକ୍ଷାର୍ଥୀଙ୍କୁ ଭିତ୍ତି କରି ସାଧାରଣ ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନ ବିଷୟରେ ଦୁଇ ପ୍ରକାରର ପ୍ରଶ୍ନପତ୍ର ଆସିବ ବୋଲି ଏହି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ପୁରୁଣା ପାଠ୍ୟକ୍ରମର ପ୍ରଶ୍ନପତ୍ର ‘ଏଚ୍ଏସ୍ସି’ (ଏକ୍ସ-ରେଗୁଲାର୍) ଏବଂ ‘ଏସ୍ଓଏସ୍ସି’ (ବ୍ୟାକ୍) ପରୀକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ନୂଆ ପାଠ୍ୟକ୍ରମର ପ୍ରଶ୍ନପତ୍ର ‘ଏଚ୍ଏସ୍ସି’ (ରେଗୁଲାର୍) ଏବଂ ‘ଏସ୍ଓଏସ୍ସି’ (ସଦ୍ୟ) ପରୀକ୍ଷାର୍ଥୀଙ୍କ ନିମନ୍ତେ ଉଦ୍ଦିଷ୍ଟ।
ଏହା ବ୍ୟତୀତ ୨୦୨୧ ବାର୍ଷିକ ‘ଏଚ୍ଏସ୍ସି’ ଏବଂ ‘ଏସ୍ଓଏସ୍ସି’ ପରୀକ୍ଷା ନିମନ୍ତେ ବାକି ସମସ୍ତ ବିଷୟର ପ୍ରଶ୍ନାବଳୀ ସବୁ ବର୍ଗର ପରୀକ୍ଷାର୍ଥୀଙ୍କ ପାଇଁ ଏକପ୍ରକାରର ରହିବ। WWW.bseodisha.ac.in ଓ୍ଵବ୍ସାଇଟ୍ରୁ ପ୍ରଶ୍ନାବଳୀର ନମ୍ବର ବଣ୍ଟନ ଏବଂ ନମୁନା ପ୍ରଶ୍ନପତ୍ର ଡାଉନ୍ଲୋଡ୍ କରାଯାଇ ପାରିବ।