Odisha Link
Bridging the Missing Links in Odisha

ସପ୍ତାହକୁ ୩ ଦିନ ହେବ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ସୋମ, ଗୁରୁ ଏବଂ ଶନିବାର ୩ ଦିନ ହେବ ଟିକାକରଣ। ଦୈନିକ ଟିକାକରଣରେ ବିଭିନ୍ନ କେନ୍ଦ୍ରରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହେବା ସହ ଟିକା ନେଉଥିବାରୁ ସ୍ବାସ୍ଥ୍ୟସେବା ପ୍ରଭାବତି ହେଉଛି ।

ତେଣୁ ଏଣିକୁ ସପ୍ତାହକୁ ୩ ଦିନି ଟିକାଦାନ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ସପ୍ତାହରେ ସର୍ବାଧିକ ୪ ଦିନ ଏବଂ ସର୍ବନିମ୍ନ ୨ ଦିନ ଟିକାକରଣ କରାଯାଇ ପାରିବ । ଅନ୍ୟ ରାଜ୍ୟମାନଙ୍କ ପାଇଁ ମଧ୍ୟ ଭିନ୍ନ ଭିନ୍ନ ଦିନ ଧାର୍ଯ୍ୟ କରାଯାଇଛି।

ଶୁକ୍ରବାର ୧୩୭ଟି କେନ୍ଦ୍ରରେ ଟିକାଦାନ କରାଯାଉଛି। ଆଜି ୧୧ ହଜାର ୮୫୫ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଗୁରୁବାର ସୁଦ୍ଧା ରାଜ୍ୟରେ ୧ ଲକ୍ଷ ୧୧ ହଜାର ୯୫୩ ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇ ସାରିଲାଣି। ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୯୨ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ୨୫ ତାରିଖ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Comments are closed.