Odisha Link
Bridging the Missing Links in Odisha

ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର

ଭଦ୍ରକ: ଗତକାଲି ବିଳମ୍ବିତ ରାତିରେ ଭଦ୍ରକର କଲେଇ ପଞ୍ଚାୟତ ବଳାଜିତପଡା ଗାଁରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୪ଟି ପରିବାରର ୧୦ରୁ ଊର୍ଦ୍ଧ୍ଵ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। କେବଳ ଘର ନୁହେଁ ଘରର ଆସବାବପତ୍ର ସମେତ ଘରର ଧାନ, ଚାଉଳ, ଘର କରଣା ଜିନିଷ, ପିନ୍ଧାଲୁଗା ପୋଡି ପାଉଁଶ ହୋଇଛି। ନିଆଁର ପ୍ରଖରତା ଏପରି ଥିଲା ଯେ ଘରୁ କୌଣସି ଜିନିଷ ବାହାର କରିବା ସମ୍ଭବ ହୋଇନଥିଲା।

ଏଥିରେ ବଳଜିତପଡ଼ାର ଲକ୍ଷ୍ମୀ ଧର ସ୍ବାଇଁ, ସୁରେନ୍ଦ୍ର ସ୍ବାଇଁ, ଦେବେନ୍ଦ୍ର ସ୍ବାଇଁ, ବବିଲତା ସ୍ବାଇଁ ଓ ଅନିଲ ସ୍ଵାଇଁଙ୍କ ଘର ଦ୍ଵାରା ପୋଡ଼ି ପାଉଁଶ ହୋଇଯାଇଛି। ମଧ୍ୟ ରାତିରେ ଖବର ପାଇ ଭଦ୍ରକରୁ ଦମକଳ ଗାଡ଼ି ଆସି ନିଆଁ ଲିଭାଇଥିଲା ନିଆଁ ସିନା ଆୟତ୍ତ ହେଲା ସେତେବେଳେକୁ କିନ୍ତୁ ୪ଟି ପରିବାର ସର୍ବସ୍ବାନ୍ତ ହୋଇସାରିଥିଲେ।

Comments are closed.