Odisha Link
Bridging the Missing Links in Odisha

ରେଳ ଧାରଣା କଡରୁ ବେଦାନ୍ତ ମେଡିକାଲ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ରୋଡ୍ ରେଳଷ୍ଟେସନର ସିକେରକୁପା ରେଳ ଲାଇନରୁ ମୃତ ଦେହ ଠାବ।ମୃତକ ହେଲେ ବେଦାନ୍ତ ମେଡିକାଲ କର୍ମଚାରୀ । ତାଙ୍କ ନାମ ଜଗନ୍ନାଥ ବାଗ । ତାଙ୍କ ବୟସ ୪୭ ବର୍ଷ ବୋଲି ଜଣାପଡିଛି । ତାଙ୍କ ଘର ଭବାନୀପାଟଣା ଗୌଟିଆପଡାର । ସେ ୨୦୦୫ ମସିହାରୁ ଲାଞ୍ଜିଗଡ ବେଦାନ୍ତ ମେଡିକାଲରେ କାମ କରୁଥିଲେ।

ସିକେରକୁପା ଟ୍ରେନ୍ ଫାଟକ ନିକଟରେ ତାଙ୍କର ଓଡି ୦୮ ଏଲ ୬୪୭୪ ନମ୍ବର ବିଶିଷ୍ଟ ବାଇକ୍ ଠିଆ ହୋଇଥିଲା । ୨୦୦ ମିଟର ଦୂରରେ ତାଙ୍କର ମୃତଦେହ ପଡିଥିବା ଦେଖାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Comments are closed.