Odisha Link
Bridging the Missing Links in Odisha

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ: ଓଡ଼ିଶା ଆନ୍ଧ୍ରପ୍ରଦେଶରର ସୀମାନ୍ତରୁ ଛତିଶଗଡକୁ ଚାଲଣା ହେଉଥିବା ଗଞ୍ଜେଇକୁ ଜବତ କରିଛି ପୁଲିସ। ଗଞ୍ଜେଇର ମୂଲ୍ୟ ପ୍ରାୟ ୨୩ ଲକ୍ଷ ଟଙ୍କାର ହେବ। ପୁଲିସ ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ପଡୁଆ ଥାନା ଅଧିକାରୀ ରାଇଶିଙ୍ଗ ଗ୍ରାମ ନିକଟରେ ପେଟ୍ରୋଲିଂ କରିଥିଲେ ।

ପୁଲିସ ଏହି ଜାଗାକୁ ନାକାବନ୍ଦି କରିଥିଲା। ସେହି ସମୟରେ ବାଲଡା ଗ୍ରାମ ଦେଇ ଦ୍ରୁତ ଗତିରେ ଆସୁଥିବା ଏକ ପିକଅଫ୍ ଭ୍ୟାନକୁ ପୁଲିସ ଅଟକାୟୀ ଥିଲା । ଅନ୍ଧାର ଏବଂ କୁହୁଡିର ସୁଯୋଗ ନେଇ ଜଙ୍ଗଲକୁ ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଛି।

ଜବତ ପିକଅପ ଭ୍ୟାନରେ ୧୧ଟି ବସ୍ତାରେ ୨ କ୍ଵିଣ୍ଟାଲ ୩୦ କେଜି ଗଞ୍ଜେଇ ଥିଲା। ଏହାର ମୂଲ୍ୟ ପ୍ରାୟ ୨୩ ଲକ୍ଷରୁ ଊର୍ଦ୍ଧ ହେବବୋଲି ପୋଲିସ ସୂଚନା ଦେଇଛି। ଗାଡିର ମାଲିକ ନାମରେ କେସ ରୁଜୁ କରି ତଦନ୍ତ ଜାରି ରହିଛି ।

Comments are closed.