Odisha Link
Bridging the Missing Links in Odisha

ଜେଲ ଗଲା ଅଭିଯୁକ୍ତ ରାକେଶ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଝରାଫୁଲ ନାୟକ ହତ୍ୟା ଘଟଣାରେ ଅଭିଯୁକ୍ତ ରାକେଶକୁ ପଠାଇ ଦିଆଯାଇଛି। ରାକେଶର ରିମାଣ୍ଡ ଅବଧି ସମାପ୍ତ ହେଉଥିବାରୁ ତାକୁ କୋର୍ଟରେ ହାଜର କରାଯାଇଥିଲା । ପ୍ରକାଶ ଯେ, ପୁଲିସ ରାକେଶକୁ ରିମାଣ୍ଡରେ ନେଇ ପଚରାଉଚରା କରୁଥିଲା ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହ ଯାଜପୁର ଜିଲ୍ଲା ମୂଳାପାଳ ଛକ ନିକଟ ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବାସହ ସେମାନେ ମୃତଦେହ ସ୍କୁଟରରେ ଆଣି ଫିଙ୍ଗିଥିବା ଜଣାପଡ଼ିଥିଲା । ରାକେଶ ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହ ତାଙ୍କ ଝିଅର ଲଭ୍ ରିଲେସନ୍ ରହିଥିବା ଝରାଫୁଲଙ୍କ ବାପା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ ।

Comments are closed.